ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ମାତ୍ରୁଭାଷା ଦିବସ ପାଳିତ

ଧର୍ମଗଡ:୨୧/୨/୨୨

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ବ ମାତ୍ରୁଭାଷା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ସଭାପତିତ୍ୱ କରିଥିଲେ। ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ ସଭା ପରିଚାଳନା କରୁଥିବା ବେଳେ ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ଗଉଡ଼, ରୀଖିରାମ ବେହେରା, ଖେଳ ଶିକ୍ଷକ ସ୍ମ୍ରତି ରଞ୍ଜନ ନାଏକ, ଯୁବ ବ୍ୟବସାୟୀ ରଜତ ବଂଶଲ ପ୍ରମୂଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ମାତୃଭାଷା ଓ ଗାଁ ପ୍ରତି କେମିତି ଯତ୍ନବାନ୍ ହେବେ ସେ ବିଷୟ ରେ ଆଲୋକପାତ କରିଥିଲେ। ମାଁ ଓ ମାତୃଭାଷା ଉଭୟ ପରିପୂରକ୍ ସମସ୍ତେ ନିଜ ମାଁଙ୍କୁ ଯେତିକି ଭଲପାଆନ୍ତି ସେହି ଭଳି ନିଜ ମାତୃଭାଷାକୁ ମଧ୍ୟ ଭଲପାଇବା ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ବୈଷୟିକ ଶିକ୍ଷକ ରମେଶଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଆଦର୍ଶ ପାଠାଗାରରେ ଓଡିଆ ନବବର୍ଷ ଓ ବିଷୁବ ମିଳନ ଆୟୋଜିତ

Sunil Chandra Nayak

ଖୁଚୁରା ବ୍ୟବସାୟ ର ପ୍ରତ୍ୟକ୍ଷ ଅନୁଭବ ପାଇଁ ସ୍ମାର୍ଟ ଷ୍ଟୋର ରେ ଛାତ୍ର ଛାତ୍ରୀ

Sunil Chandra Nayak

ଆଦର୍ଶ ପାଠାଗାର ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ

Sunil Chandra Nayak

Leave a Comment

error: Content is protected !!