ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାବଲମ୍ବୀ ଭାରତ ଅଭିଯାନର ରାଷ୍ଟ୍ରୀୟ କର୍ମଶାଳାରେ କଳାହାଣ୍ଡି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

ଭବାନୀପାଟଣା – ସ୍ୱାବଲମ୍ବୀ ଭାରତ ଅଭିଯାନର ରାଷ୍ଟ୍ରୀୟ କର୍ମଶାଳା – ରୋଜଗାର ସୃଜନ କେନ୍ଦ୍ର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ କୃଷି ଅନୁସନ୍ଧାନ ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି l ତ୍ରିଦିବସୀୟ ଏହି କର୍ମଶାଳାର ସମାପନ ଉତ୍ସବରେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡ. ରାଜୀବ କୁମାର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଯଦି ଦେଶର ଯୁବ ଶକ୍ତି ହାତରେ ରୋଜଗାର ମିଳିଯିବ ଭାରତ ବିଶ୍ୱର ଶକ୍ତିଶାଳୀ ଓ ସମୃଦ୍ଧଶାଳୀ ରାଷ୍ଟ୍ର ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ l ଦେଶର ପ୍ରମୁଖ ଅର୍ଥ ଶାସ୍ତ୍ରୀ, ଉଦ୍ୟୋଗପତି ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ମାଧ୍ୟମରେ ଦେଶକୁ ବେରୋଜଗାର ମୁକ୍ତ କରିବାପାଇଁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟଶାଳାରେ କଲହାଣ୍ଡି ଜିଲ୍ଲାରୁ ଅଭିଯାନ ପ୍ରାନ୍ତ ସହ ସମନ୍ଵୟକ ବିରଞ୍ଚି ନାରାୟଣ ପଣ୍ଡା,ଜିଲ୍ଲା ସହ ସମନ୍ଵୟକ ଗୋଦାବରୀଶ ପାତ୍ର, ଜିଲ୍ଲା ସଂଯୋଜକ ନକୁଳ ନାୟକ, ସ୍ୱଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ମୟକ, କୈଶବ ବିହାରୀ ପ୍ରମୁଖ ଯୋଗ ଦେଇଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

ଗଦ୍ୟରୁ ପଦ୍ଯ ସୃଷ୍ଟି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ 

masiha

ବେହେରା ଠାରେ ଟେଲରିଂ ପ୍ରଶିକ୍ଷଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ

କଦମଡିହି ଗ୍ରାମରେ ଭୂମିଜ ସଂପ୍ରଦାୟ ତରଫରୁ କରମ ପୂଜା

masiha

Leave a Comment

error: Content is protected !!