ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଗୋଳାମୁଣ୍ଡା ତା ୩/୩/ମସିହା/ଗୋଳାମୁଣ୍ଡା ବ୍ଲକଅଞ୍ଚଳରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଥିବା ଚର୍ଚ୍ଚାର ବିଷୟ ପାଲଟିଛି,ଏଭଳି ଘଟଣା ସମ୍ପର୍କରେ ସୂଚନା ମିଳିଛି ଯେ, ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ଚହକା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିଙ୍ଗଭାଡ଼ି ଗ୍ରାମର ବୈଜଳ ଶବର(୩୦) ପି ଅମର ଶବର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାଇ ଗରଗାଵ ରୁ ନିଜ ଘରକୁ ଗତକାଲି ରାତ୍ରିରେ ଆସୁଥିବା ବେଳେ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ କେଗାଁ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ କେଗାଁ ପୋଲିସ ଏସ ଆଇ ମେଘରାୟେ ହାସଦା ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ପକ୍ରିୟା ଜାରି ରଖିଛି । କେଗାଁ ପୋଲିସ ପଞ୍ଚନାମା କରି ୨୭୯/୩୦୪ (କ)ରେ କେଶରୁଜୁ କରି ଶବଟିକୁ ଶବବ୍ୟବଛେଦ ପାଇଁ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ -୨୦୨୩ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭବ୍ୟ କବିତା ପାଠୋତ୍ସବ

Sunil Chandra Nayak

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗ୍ରାମ ପଞ୍ଚାୟତ ରେ ପ୍ରବାସୀ ଶ୍ରମିକ ନିରାକରଣ ନେଇ ସଚେତନ ସଭା 

masiha

ତୁମକୁ ପାରୁନି ତ ଭୁଲି : ସଙ୍ଗୀତର ଅନ୍ଯନ୍ଯ କାର୍ଯ୍ୟକ୍ରମ ଆସନ୍ତା ମଇ ୨୪ରେ …..

Leave a Comment

error: Content is protected !!