ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପୁଲିସ ଡିଜି, କମିଶନର ଓ ଡିସିପିଙ୍କ ନାଁରେ ଏତଲା ଦେଲେ ବିଜେପି କର୍ମକର୍ତ୍ତା 

ଲାଞ୍ଜିଗଡ଼,୦୩/୦୩(ମନିସ)-ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ବିଜେପି ଯୁବମୋର୍ଚ୍ଚାର କର୍ମୀମାନଙ୍କ ଉପରେ ଓଡିଶା ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ବିଜେପି ଦଳ ! ବିଜେପି ପକ୍ଷରୁ ଆଜି ରାଜ୍ୟ ବ୍ୟାପି ବିଭିନ୍ନ ଥାନାରେ ଓଡ଼ିଶା ପୁଲିସର ଡିଜି, କମିଶନର ଓ ଡିସିପିଙ୍କ ନାଁରେ ଏତଲା ଦିଆଯାଇଛି ! ଏଇକ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ବିଶ୍ବନାଥପୁର ମଣ୍ଡଳର କର୍ମକର୍ତ୍ତା ସମବେତ ହେବା ସହିତ ବିଶ୍ବନାଥପୁର ଥାନାରେ ଏତଲା ଦେଇଛନ୍ତି ! କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ସାଂସଦଙ୍କ ରୋଗୀ କଲ୍ୟାଣ ସମିତି ପ୍ରତିନିଧି ମଧୁସୂଦନ ବାଗ, ମଣ୍ଡଳ ସଭାପତି ଶୁକ୍ରୁ ମାଝୀ, ପୂର୍ବତନ ସରପଞ୍ଚ ଅନନ୍ତରାମ ପ୍ରଧାନୀ, ତୁଳସୀରାମ ମାଝୀ, ଫାଲଗୁନୀ ସାହୁ, ଘନ ସାହୁ, ଉମାଶଙ୍କର ବେହେରା, ଗୌର ସାହୁ ପ୍ରମୁଖ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ, ଭୁବନେଶ୍ବର ପୁଲିସ କମିସନରେଟ୍ ର କମିଶନର ଓ ଡିସିପିଙ୍କ ନାଁରେ ଏତଲା ଦାୟର କରିଛନ୍ତି ! ସୂଚନାଯୋଗ୍ୟ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶ୍ରୁଙ୍ଖଳା ଏବଂ ସରକାରୀ ଯୋଜନାଗୁଡ଼ିକରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବରରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଯୁବମୋର୍ଚ୍ଚାର କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଏବଂ ସଂଘର୍ଷ ଘଟିଥିଲା ! ଏଥିରେ ବିଜେପି କର୍ମୀ ଓ ପୁଲିସ କର୍ମଚାରୀମାନେ ମଧ୍ୟ ଲହୁଲୁହାଣ ହୋଇଥିଲେ ! ଯାହାର ପ୍ରତିବାଦରେ ଆଜି ରାଜ୍ୟବ୍ୟାପି ବିଜେପି ଦଳର କର୍ମକର୍ତ୍ତା ପୁଲିସର ଉଚ୍ଚସ୍ତରୀୟ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର ଅଭିଯାନ ଆରମ୍ଭ କରିଛନ୍ତି ! ଏଇକ୍ରମରେ ଲାଞ୍ଜିଗଡ଼ ବ୍ଲକର ବିଜେପି କର୍ମକର୍ତ୍ତାମାନେ ଆଜି ଅପରାହ୍ନରେ ବିଶ୍ବନାଥପୁର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସ୍ବତନ୍ତ୍ର ସଘନ ସଂଶୋଧନ ଓ ସାଙ୍ଗଠନିକ ବୈଠକ

ମୁସଲମାନ ଅତିବାଦୀଙ୍କ ଦ୍ବାରା ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ସାଂପ୍ରଦାୟିକ ଉତେଜନାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

ଆଦିବାସୀ କଂଗ୍ରେସ ରାଇରଙ୍ଗପୁର ପକ୍ଷରୁ ଆଦିବାସୀ ମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦ ରେ ଗୃହମନ୍ତ୍ରୀ ଅମିତ ସାହା ଙ୍କ ପୁତୁଳା ଦାହ କରାଯାଇଛି 

Leave a Comment

error: Content is protected !!