ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଦୌଡ଼ି ଦେଇ ମହିଳା ଙ୍କ ଆତ୍ମହତ୍ୟା

ଚନ୍ଦାହାଣ୍ଡି 3/3(ଆ ମ ନି ସ )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ପୂଜାରୀଗୁଡା ଗ୍ରାମର ହଳଧର ଭୋଇ ଙ୍କ ସ୍ତ୍ରୀ ପୁନେ ଭୋଇ (40) ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି l ଏ ନେଇ ଚନ୍ଦାହାଣ୍ଡି ଥାନା ୟୁଡ଼ି କେସ ନଂ 5/23 ନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏ ଏସ ଆଇ ବସନ୍ତ କୁମାର ସ୍ୱାଇଁ ଙ୍କୁ ପ୍ରଦାନ କରାଯାଇ ଥିବା ନେଇ ସେ ସୂଚନା ଦେଇଛନ୍ତି l

 ପୋଲିସ ସୂତ୍ର ଅନୁସାରେ ପୂଜାରୀଗୁଡା ଗ୍ରାମର ହଳଧର ଭୋଇ ଙ୍କ ସ୍ତ୍ରୀ ପୁନେ ଭୋଇ ଙ୍କ କିଛି ଦିନ ହେବ ତାଙ୍କ ମାନସିକ ବିକୃତି ରହିଥିବା ସହ ସେ ଘରୁ ବାହାରି ଯାଉଥିଲେ l ସ୍ୱାମୀ ହଳଧର ତାଙ୍କୁ ଖୋଜା ଖୋଜି କରି ଘର କୁ ଆଣୁ ଥିଲେ l ଗତ ଗୁରୁବାର ଦିନ ସେ ଘରୁ ବାହାରି ଯାଇ ସେ ଆଉ ଘରକୁ ନ ଫେରିବାରୁ ହଳଧର ବିଭିନ୍ନ ସ୍ଥାନ ରେ ଖୋଜା ଖୋଜି କରି ମଧ୍ୟ ସେ ପାଇ ନ ଥିଲେ l ସକାଳ ସମୟ ରେ ଗାଁ ଠାରୁ 2 କି ମି ଦୂର ଖଲିଆ ବନ୍ଦ ପାଖ ବିଲ ରେ ଥିବା କେନ୍ଦୁ ଗଛ ରେ ପୁନେ ଙ୍କ ଝୁଲନ୍ତା ଶବ ଦେଖି ଲୋକେ ହଳଧର କୁ ଖବର ଦେବା ପରେ ହଳଧର ଗ୍ରାମବାସୀ ଙ୍କ ସହାୟତା ରେ ଚନ୍ଦାହାଣ୍ଡି ଥାନା ରେ ଲିଖିତ ଅଭିଯୋଗ ଦେବା ପରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ବସନ୍ତ କୁମାର ସ୍ୱାଇଁ ଘଟଣା ସ୍ଥଳ କୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଥିଲେ l ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି l ଘଟଣା ର ଅଧିକ ତଦନ୍ତ ଚଲାଇ ଥିବା ନେଇ ତଦନ୍ତ ଅଧିକାରୀ ବସନ୍ତ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି l

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଦିବ୍ୟାଙ୍ଗ ମହିଳା ଙ୍କୁ ବଳାତ୍କାର ଉଦ୍ୟମ,  ଧର୍ଷଣକାରୀଙ୍କୁ ୮ ବର୍ଷ କାରାଦଣ୍ଡାଦେଶ

Sunil Chandra Nayak

ଯୁବତୀ ନିଖୋଜ ପରିବାର ଲୋକେ ଚିନ୍ତାରେ

ଦୁଇ ଦୁଇ ଥର ବିଦ୍ୟୁତ ତାର ଚୋରି, ବାଘ ମୁଣ୍ଡା ଗାଁ ଅନ୍ଧାରରେ 

masiha

Leave a Comment

error: Content is protected !!