ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୟୁରଭଞ୍ଜ ଜିଲ୍ଲା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଜାତୀୟ କଂଗ୍ରେସ ରେ ଯୋଗଦେଲେ

ମୟୂରଭଞ୍ଜ ତା 0୩ /0୩ /୨୩ ରିଖ, ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଦୃଢ଼ ନେତୃତ୍ୱକୁ ଭରଷା କରି ମୟୁରଭଞ୍ଜ ଜିଲ୍ଲା ଆମ୍ ଆଦମୀ ପାର୍ଟି ଯୁବ ସଂଗଠକ ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଆପ୍ ର ୩ ଜଣ ବିଧାୟକ ପାର୍ଥି ସମେତ ବହୁ ବରିଷ୍ଠ ଆପ୍ ନେତା ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗଦାନ କରିଛନ୍ତି l ସେମାନେ ହେଲେ ଶ୍ରୀ ଚନ୍ଦନ କିସ୍କୁ ( ସରସକଣା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ), ଶ୍ରୀ ବାଦଲ ହେମ୍ବ୍ରମ (ବାରିପଦା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ), ଶ୍ରୀ ଲଦୁରାମ ସୋରେନ ( ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ), ଶ୍ରୀ ଚାନ୍ଦ୍ରୟ ହାଁସଦା ( ଯୁବ ସଂଯୋଜକ ରାଜ୍ୟ ଆପ୍ ), ଶ୍ରୀମତୀ ଅନିତା ମୁର୍ମୁ, ବିଜତାଳ ବ୍ଲକ ଏସ୍ଟି ମହିଳା ସଂଯୋଜକ, ଶ୍ରୀ ରବୀନ୍ଦ୍ର ଗିରି, ବାଙ୍ଗରିପୋଷୀ ବିକାଶ ମଞ୍ଚ ସମ୍ପାଦକ, ଶ୍ରୀ ବିରାମ ମୁର୍ମୁ, ମୋରଡା ନିର୍ବାଚନ ମଣ୍ଡଳୀ,ଶ୍ରୀ ଦିପୁ କୁମାର ଟୁଡୁ, ରାଜ୍ୟସ୍ତରୀୟ ଫୁଟବଲ ଖେଳାଳୀ, ଶ୍ରୀ ସୁଶୀଲ କିସ୍କୁ, ସାନ୍ତାଳୀ ଯାତ୍ରା କଳାକାର ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀ ଓ ଏସ. କେ ବାବୁ ବାରିପଦା ପ୍ରମୁଖ ଯୋଗଦେଇଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

masiha

ଡ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ କଲା ବିଜେପି

masiha

ବିଜୁ ଜୟନ୍ତୀ ରେ ବିଜେଡି ର ଜନସମାବେଶ

Sunil Chandra Nayak

Leave a Comment

error: Content is protected !!