ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ

ରାଉରକେଲା/ ରାଉରକେଲା ବନ ମଣ୍ଡଳ ଓ଼ ୱାଇଏମ୍ଏଫଆଇ ପକ୍ଷରୁ ଆଜି ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସେକ୍ଟର – ୬ ପରିସରରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି l ଏଥିରେ ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ ]ଅରୁଣ କୁମାର ମିଶ୍ର ( ଆ ଇଏଫଏସ ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ପାୱାର ପଏଣ୍ଟ ପ୍ରେଜେନଟେସନ ମାଧ୍ୟମରେ ସେ ବିଭିନ୍ନ ବନ୍ୟପ୍ରାଣୀ, ପଶୁ ପକ୍ଷୀ ଙ୍କ ସମ୍ପର୍କ ରେ ଆଲୋକ ପlତ କରିଥିଲେ l ଦିନକୁ ଦିନ ଅନେକ ପଶୁ ପକ୍ଷୀଙ୍କ ବଂଶ ଲୋପ ପାଉଥିବାରୁ ବିଭିନ୍ନ ବିରଳ ପ୍ରଜାତି ମାନଙ୍କର ସଂରକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ l ଜନସଚେତନତା ଦ୍ୱାରା ହିଁ ପଶୁ ପକ୍ଷୀଙ୍କ ଶିକାର ଓ଼ କାରବାର କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଡ଼ଃ ମିଶ୍ର କହିଥିଲେ l

ୱାଇଏମ୍ଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ଏହି ଦିବସ ପାଳନର ତlତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ପାନପୋଷ ଫରେଷ୍ଟ ରେଞ୍ଜର ଜ୍ଞାନେନ୍ଦ୍ର ଲିମା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶିବିରରେ ଫରେଷ୍ଟର ରତନ କୁମାର ମହାନ୍ତି ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

୧-!ପରଜଙ୍ଗ ବ୍ଲକରେ ଆପ୍ ର ଜନସମ୍ପର୍କ ଯାତ୍ରା, ୨- ୬ ଲିଟର ବିଦେଶୀ ମଦ ଜବତ , ଆସାମୀ ଗିରଫ ,୩- କୁଟୁଣିଆ ଘର ଭାଙ୍ଗିଯିବାରୁ ମାନସିକ ଭାବେ ଭାଙ୍ଗିପଡି ଭଙ୍ଗା ଘରେ ଯୁବକଙ୍କ ଆତ୍ମହତ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

Sunil Chandra Nayak

ସ୍ନାତକ ପରୀକ୍ଷାରେ ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

masiha

କୌଶିକ ବାବା ଡ଼ିଗ୍ରୀ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!