ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବିଧାୟକ ଙ୍କୁ ତୀବ୍ର ବିରୋଧ, ମୁର୍ଦାବାଦ ନାରା ଦେଲେ ବିଜେଡ଼ି କର୍ମୀ

 

 ଭବାନୀ ପାଟଣା– ବିଜୁ ଜନତା ଦଳ ର ନେତାମାନେ ତୃଣମୂଳ ସ୍ତରର କର୍ମୀ ମାନଙ୍କୁ ଉପେକ୍ଷା ମନୋଭାବ ପୋଷଣ କରୁଥିବା ରୁ କର୍ମୀ ମହଲରେ ଅସନ୍ତୋଷ ଦେଖା ଦେବାରେ ଲାଗିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ରେ, ଏହି ବ୍ଳକ ରେ ଜିଲ୍ଲା ପରିଷଦ ଜୋନ ୨ ର ନଙ୍ଗଳବେଡା ଗ୍ରାମରେ ବୁଲୁଥିବା ସମୟରେ ବିଧାୟକ ଙ୍କୁ ତୀବ୍ର ବିରୋଧ ର ସମ୍ମୁଖୀନ ହେବାକୁ ପଡିଥିଲା। ବିଜେଡି କର୍ମୀମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ୍, ପ୍ରଦୀପ ଦିଶାରୀ ମୁର୍ଦାବାଦ ସ୍ଲୋଗାନ ଦେବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକ ତୁରନ୍ତ ସେ ସ୍ଥାନ ଛାଡି ଚାଲି ଯାଇଥିଲେ। ବିଧାୟକ ଶ୍ରୀ ଦିଶାରୀ ଏକ ତିନିଜଣିଆ କମିଟି ଦ୍ଵାରା ପରିଚାଳିତ ହୋଇ ତୃଣମୂଳ ସ୍ତରର କର୍ମୀ ମାନଙ୍କୁ ଅବହେଳା କରିବା ସହ ତାଙ୍କ ଆଜ୍ଞାଧୀନ ତିନିଜଣ ବିଭିନ୍ନ ଲୋକଙ୍କୁ ଠିକା, ଚାକିରି ଆଦି ଦେବାର ପ୍ରଲୋଭନ ଦେଖାଇ ପ୍ରଚୁର ଅର୍ଥ ଆଦାୟ କରୁଥିବା ଅଭିଯୋଗ କରିଥିଲେ କର୍ମୀମାନେ। ବିଶେଷକରି ଜିଲ୍ଳା ପରିଷଦ ପ୍ରାର୍ଥୀ ଚୟନ ଓ ଟିକେଟ ବଣ୍ଟନ କ୍ଷେତ୍ରରେ ମଧ୍ୟ ବ୍ୟାପକ ଅର୍ଥ କାରବାର କରି ବିଜେଡି ଦଳ କୁ ଦୁର୍ବଳ କରିଥିବା ଅଭିଯୋଗ କରିଛନ୍ତି କର୍ମୀମାନେ। ପୁର୍ବରୁ କଂଗ୍ରେସ ଦଳର ସକ୍ରିୟ କର୍ମୀ ଥିବା ଶ୍ରୀ ଦିଶାରୀ କଂଗ୍ରେସ କର୍ମୀ ମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ବିଜେଡି କର୍ମୀ ମାନଙ୍କୁ ଉପେକ୍ଷା ଏହି ଅସନ୍ତୋଷ ର କାରଣ ବୋଲି ଆଲୋଚନା ହେଉଛି। ଲାଞ୍ଜିଗଡ଼ ସମେତ ଥୁଆମୂଳ ରାମପୁର ଓ ନିଜ ବ୍ଳକ ଜୟପାଟଣା ରେ ଶ୍ରୀ ଦିଶାରୀ ଙ୍କ ଲୋକପ୍ରିୟତା ହ୍ରାସ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଅନ୍ୟପକ୍ଷରେ ବିଜେଡି ର ବରିଷ୍ଠ ତୁଙ୍ଗନେତା ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଙ୍କ ଉଦ୍ୟମ ରେ ବିଜେଡି ଦଳରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଶିବାଜୀ ମାଝି ବିଜେଡି ରେ ଯୋଗ ଦେଇଥିବାରୁ ଲାଞ୍ଜିଗଡ଼ ଅଞ୍ଚଳରେ ବାସ କରୁଥିବା ବିଜେଡି ଦଳ ତାର ପତିଆରା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏହି ଦୁଇ ଆଦିବାସୀ ନେତା ବର୍ତ୍ତମାନ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ବେଳେ ଜିଲ୍ଲା ବିଜେଡ଼ି ର ଭବିଷ୍ୟତ ଭୂମିକା ଉପରେ ଏମାନଂକର ମୁଖ୍ୟ ଭୂମିକା ରହିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ ।

Related posts

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ଚୁଡାନ୍ତ ତାଲିକା ପ୍ରକାଶ ପାଇଲା ପରେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲା

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

Sunil Chandra Nayak

Leave a Comment

error: Content is protected !!