ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ କୃଷି ଜିଲ୍ଲା ସ୍ତରୀୟ ‌ କୃଷକ ମେଳା

 ମୟୂରଭଞ୍ଜ ୩/୩/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ମହୁଲଢିହାସ୍ଥ କୃଷି ସୂଚନା ଉପଦେଷ୍ଟା କେନ୍ଦ୍ର ପରିସରରେ ଦୁଇ ଦିବସୀୟ କୃଷି ଜିଲ୍ଲା ସ୍ତରୀୟ କୃଷକ ମେଳାର ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ, ସମ୍ମାନିତ ଅତିଥି ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ସାଂସଦ ପ୍ରତିନିଧି ସଂଜୟ ନାୟକ, ଜିଲ୍ଲା କୃଷି ଅଧିକାରୀ କିଶୁନ ହେମ୍ବ୍ରମ, ରାଇରଙ୍ଗପୁର ବ୍ଳକ କୃଷି ଅଧିକାରୀ ପ୍ରଦୀପ ପ୍ରସାଦ ଦାସ,ସହ କୃଷି ଅଧିକାରିଣୀ ଧରିତ୍ରୀ ଟୁଡୁ, ସହକାରୀ କୃଷି ଅଧିକାରୀ ଅଙ୍କିତା ନାଏକ, କୁସୁମି ବ୍ଳକ ଅଧିକାରୀ ଭୀମସେନ ସିଂ,, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, କୃଷି ଇଞ୍ଜିନିୟର ନଳିନୀ ଶେଖର ବେହେରା, ମୂର୍ତି କା ସଂରକ୍ଷଣ ଓଭରସିଅର ପରେଶ ଚନ୍ଦ୍ର ରାୟ ମହାପାତ୍ର, ମତ୍ସ୍ୟ ବିଭାଗ ଅଧିକାରୀ ୨୦୦ ରୁ ଉର୍ଦ୍ଧ୍ବ ଚାଷୀ,୪ ଟି ବ୍ଳକର ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହି କୃଷି ମେଳାର ଆଜି ଶୁଭ ଉଦ୍ଘାଟନ ହୋଇଥିଲା ।ଏହି ମେଳାରେ ରାଜ୍ୟ ଓ କେନ୍ଦ୍ର ସରକାର କୃଷକ ଓ କୃଷିର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଅନୁମୋଦନ କରୁଛନ୍ତି ।ଚାଷୀ ହସିଲେ ଦେଶ ହସିବ ।ଶିଳ୍ପରେ ସମସ୍ତଙ୍କୁ ନିଯୁକ୍ତି ମିଳିବ ନାହିଁ କି ସମସ୍ତଙ୍କ ପାଇଁ ସରକାରୀ ଚାକିରୀ ନାଁହି ତେଣୁ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ କୃଷି ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା ।ଚାଷୀ ସଚେତନ ହେଲେ ଖୁବ ଶିଘ୍ର ସବୁଜମୟ ହେବ । ଆଜିର କୃଷି ମେଳାରେ କୃଷି, ଉଦ୍ୟାନ କୃଷି,ମୂର୍ତି କା ସଂରକ୍ଷଣ, ମତ୍ସ୍ୟ ଚାଷ , ପଶୁପାଳନ,ଚାଷ ସମ୍ବନ୍ଧୀୟ ଯାନ୍ତ୍ରିକ କୃଷିର କୃଷି ଉପକରଣ ସାମଗ୍ରୀ (ଟ୍ରାକ୍ଟର,ପାଓ୍ବାର ଟିପର,ଧାନ କଟା ମେସିନ,ଧାନ ଅମଳ ମେସିନ,ଗହମ ପେଣ୍ଡା ମେସିନ,)ଷ୍ଟଲରେ ୫୦ ପ୍ରତିଶତ ସଵସିଡ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିବା ସୂଚନା ଦିଆଯାଇଥିଲା । ୬ ଟି ଷ୍ଟଲ ଲାଗିଥିଲା ।ସଜନା ପତ୍ରରୁ ମଧୁମେହ ଓ ରକ୍ତଚାପ ଜନିତ ରୋଗର ଔଷଧ ଔଷଧ ପ୍ରସ୍ତୁତ କରାଯାଉଥିବା ସୂଚନା ଦିଆଯାଇଥିଲା । ଚାଷୀମାନଙ୍କ ପାଇଁ ଶୀତଳ ଭଣ୍ଡାର ଖୋଲାଯିବ । ଚାଷୀମାନଙ୍କ ପାଇଁ ଇ – ନାମ ଦ୍ବାରା ତାଙ୍କର ଉତ୍ପାଦିତ ଦ୍ରବ୍ୟ କ୍ରୟ ବିକ୍ରୟ କରି ପାରିବେ ବୋଲି ସୂଚନା ଦିଆଯାଇଥିଲା ।ଖାଲି ଧାନ ଚାଷ କଲେ ହେବନି ।ମାଣ୍ଡିଆ,ଡାଲି ,ମକା ପନିପରିବା,ଫୁଲ,ମାଛ ଚାଷ ପଶୁପାଳନ,ଛେଳି,ମେଣ୍ଢା ପାଳନ,କୁକୁଡ଼ା ପାଳନ,ମହୁ ଚାଷ,ଆମ୍ବ,ପିଜୁଳି,ପଣସ ଆତ,ଗେଣ୍ଡୁ ଫୁଲ,ଗୋଲାପ ଫୁଲ ଚାଷ କରି ବହୁ ଲାଭ ପାଇଁ ପାରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ଆଜିର ପ୍ରଥମ ଦିନରେ ବିଭିନ୍ନ ପଞ୍ଚାୟତରୁ ୨୦୦ ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ ଓ ଆସନ୍ତାକାଲି ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ ବୋଲି କୃଷି ଅଧିକାରୀ ପ୍ରଦୀପ ପ୍ରସାଦ ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଚାଷୀମାନେ ମେଳାରୁ ବହୁ ଉପାଦେୟ ତଥ୍ୟ ପାଇ ସଚେତନ ହୋଇଥିଲେ ଏବଂ ଆଗକୁ ଆହୁରି କୃଷି ମେଳା ପଞ୍ଚାୟତ ସ୍ତରରେ ହେବାପାଇଁ ଅନୁରୋଧ କରିଥିଲେ 

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନାରାୟଣପାଟଣା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

masiha

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତ୍ରିଦୀଵସୀୟ ଅଣଆଵାସିକ ଶିକ୍ଷକ ପ୍ରଶିକ୍ଷଣ ‘ ସାମର୍ଥ୍ୟ ‘ ଶିବିର ଅନୁଷ୍ଠିତ

masiha

ଵାସିଙ୍ଗୀରେ ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!