ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

କୋକସରା,୩/୦୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼କେନ୍ଦୁଗୁଡ଼ା ଠାରେ ଫାଲଗୁନ ଶୁକ୍ଳପକ୍ଷ ଫଗୁ ଦଶମୀ ତିଥିରେ ଶ୍ରୀ ଶ୍ରୀ ତ୍ରୀନାଥ ମହାପ୍ରଭୁଙ୍କ ୧୫୬ତମ ମେଳା ଓ ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଉପଲକ୍ଷେ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଆୟୋଜିତ ହୋଇଯାଇଛି । ମଙ୍ଗଳବାର ସକାଳୁ ସାହାଡ଼ା ବୃକ୍ଷ ବରଣ ପରେ ସନ୍ଧ୍ୟାରେ କଳସ ଯାତ୍ରା ଓ ଅଧିବାସ ହୋଇଥିଲା । ବୁଧବାର ନବନିର୍ମିତ ମନ୍ଦିରର ରତ୍ନମୁଦ ମହୋତ୍ସବ ସହ ନାମାରମ୍ଭ ହୋଇଥିବା ବେଳେ ଗୁରୁବାର ଦିନ ନାମ ବିରତି, ନଗର କୀର୍ତ୍ତନ, ଦଧିହାଣ୍ଡି ଭଗ୍ନ ଓ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ମନ୍ଦିର ରତ୍ନମୁଦ ପୂଜା କର୍ତ୍ତା ଭାବେ ସୁବ୍ରହ୍ମ ପଣ୍ଡା ଓ ସସ୍ମିତା ପଣ୍ଡା ସପତ୍ନିକ ଦାୟିତ୍ଵ ତୁଲାଇଥିବା ବେଳେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ପୂଜାକର୍ତ୍ତା ଭାବେ ଆଦିତ୍ୟ ପଣ୍ଡା ଓ ଶ୍ୱେତପଦ୍ମା ପଣ୍ଡା ସପତ୍ନିକ ଦାୟିତ୍ଵ ନିର୍ବାହ କରିଥିଲେ। ପୂଜକ ଦିଲ୍ଲୀପ ଯୋଷୀ, ପ୍ରତାପ କିଶୋର ପଣ୍ଡା,ବିଜୟ କୁମାର ପଣ୍ଡା ଯୋଗ ଦେଇଥିଲେ । “ହରେ କୃଷ୍ଣ ହରେ ରାମ ” ପବିତ୍ର ଧ୍ୱନିରେ ଗୁଞ୍ଜରିତ ହୋଇଉଠୁଥିଲା ଗାଁ ଦାଣ୍ଡ । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ଆନନ୍ଦ ବଜାର ଭଣ୍ଡାରାରେ ହଜାର ହଜାର ଭକ୍ତ ଅନ୍ନ ପ୍ରସାଦ ପାଇ ଭକ୍ତ ତୃପ୍ତ ଅନୁଭବ କରିଥିଲେ । ରତ୍ନମୁଦ ପରିଚାଳନା କମିଟିର ସଭାପତି ରଣଜିତ ଖମାରୀ, ସମ୍ପାଦକ ଲଛମନ ଭାଟି, କୋଷାଧ୍ୟକ୍ଷ ଉଦୟ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଣ୍ଡା, ବିଜୟ କୁମାର ପଣ୍ଡା, ସୁରେଶ ହଂସ, ବିକାଶ ପଣ୍ଡା, ଅର୍ଜୁନ ଭାଟି, ଲିଙ୍ଗରାଜ ଭାଟି, ସରାଦୁ ମାଝୀ, ସାଧୁ ବେମାଲ, ପୂର୍ଣ୍ଣ ଚନ୍ଦ୍ର ଭଇଁସାଲ, ଜଗବନ୍ଧୁ ହଂସ, ବଲସିଂ ଭାଟି, ଗଜିନ୍ଦ୍ର ହଂସ ପ୍ରମୁଖଙ୍କ ସହ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

Sunil Chandra Nayak

ଭଦଯାପିତ ହେଲା ମନ୍ଦିର ପ୍ରତିଷ୍ଠା ଉସ୍ଵବ

Sunil Chandra Nayak

Leave a Comment

error: Content is protected !!