ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜୟନ୍ତୀ ପାଳନ ଓ ସାଇକଲ ରାଲି

ଡାବୁଗାଁ, ୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳନ ହେବା ସହ ବ୍ଲକ ବିଜେଡି ତରଫରୁ ଏକ ସାଇକଲ ରାଲି ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ଡାବୁଗାଁ ମାଉସୀ ମାଁ ମନ୍ଦିର ଠାରୁ କଲେଜ ପଡିଆ ପର୍ଯ୍ୟନ୍ତ ହୋଇଥିଲା । ପରେ ଡାବୁଗାଁ ଯୁବ ବିଜେଡି ସଭାପତି ଟି ଯୁଗୁନୁ ଙ୍କ ନେତୃତ୍ବରେ ଡାବୁଗାଁ ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ ଙ୍କ ସହଯୋଗ ରେ କଲେଜ ପଡିଆ ଠାରେ ଏକ୧୦୦ ମିଟର ବିଶିଷ୍ଟ ଧୀର ସାଇକଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ୫୦ରୁ ଊର୍ଧ ପ୍ରତିଯୋଗୀ ଭାଗ ନେଇଥିଲେ ସେଥିମଧ୍ୟରୁ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ବ୍ୟକ୍ତି ଙ୍କୁ ଉପହାର ସ୍ବରୂପ ୭୦୦ ଟଙ୍କା , ୫୦୦ଟଙ୍କା ଓ ୩୦୦ ଟଙ୍କା ଯୁବ ବିଜେଡି ସଭାପତି ପ୍ରଦାନ କରିଥିଲେ । ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି , ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜୋନ ୧ଓ ୨ର ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ଗୁପ୍ତ ବିଶୋଇ , ଏମପି ପ୍ରତିନିଧି ଏମ ଅପ୍ପା ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ , ଯୁବ ଛାତ୍ର ବବଲୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜେପି କର୍ମକର୍ତ୍ତାପାଳନ କଲେ ଦିନ ଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ

Sunil Chandra Nayak

ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ବାବୁନି

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କଲା ଜାତୀୟ କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!