ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜୟନ୍ତୀ ରେ ବିଜେଡି ର ଜନସମାବେଶ

ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମ୍ମିଳନୀ 

ନବରଙ୍ଗପୁର, (ମସିହା),5/03 – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳନ ହୋଇଯାଇଛି | ଏହି ଅବସରରେ ବିଜେଡି ର ବିଶାଳ ଜନସମାବେଶ ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ପାପଡାହାଣ୍ଡି, ଡାବୁଗାଁ ଏବଂ କୋସାଗୁମୁଡା ର ହଜାର ସଂଖକ , ଯୁବ, ମହିଳା ଓ ପୁରୁଷ ବିଜେଡି କର୍ମୀ ସାମିଲ ହୋଇଥିଲେ |ପାପଡାହାଣ୍ଡି ବ୍ଲକ ଡଙ୍ଗରା ପଂଚାୟତ ସଦର ଗ୍ରାମ ଠାରେ ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମନୋହର ରନ୍ଧାରୀ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ଆୟୋଜନ ହୋଇଥିଲା | ସଭା ଆରମ୍ଭ ରୁ ପ୍ରଥମେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରାଯାଇ ସଭା ଆରମ୍ଭ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ତିନୋଟି ବ୍ଲକ ର ବିଜୁ ପ୍ରେମୀ ତଥା ବିଜେଡି ର ଟାଣୁଆ ନେତା ମାନେ ଉପସ୍ଥିତ ଥିଲେ | ଏହି ଅବସରରେ ଯେଉଁ ମାନେ ବିଜୁ ବାବୁଙ୍କ ସହ କାମ କରି , ପରବର୍ତୀ ସମୟରେ ବିଜେଡିକୁ ସଶକ୍ତ କରିଥିଲେ ପ୍ରାୟ 100ରୁ ଉର୍ଦ୍ଧ ପୁରୁଣା କର୍ମୀ ଙ୍କୁ ମାନ ପତ୍ର ଓ ଉପଢଉକନ ଶ୍ରୀ ରାନ୍ଧରୀ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ଶ୍ରୀ ରନ୍ଧାରୀ ବିଜୁ ବାବୁଙ୍କ ତାଙ୍କ ବୀରତ୍ୱ ଗାଥା ଓ ଓଡିଶା ପ୍ରତି ବିଜୁ ବାବୁଙ୍କ ଅବଦାନ ର ଗୁଣ ଗାନ କରିଥିଲେ | ଓଡିଶା ରେ ତାଙ୍କ ସୁପୁତ୍ର ନବୀନ ପଟନାୟକ ଙ୍କର ବିକଳ୍ପ ନଥିବାରୁ କହିବାସହ ଆଗାମୀ 2024 ବିଧାନସଭା ନିର୍ବାଚନ ରେ ସମସ୍ତ ଦଳୀୟ କର୍ମୀ ଏକତ୍ରିତ ହୋଇ ନବୀନ ପଟନାୟକ ଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ | ଶେଷରେ ଉପସ୍ଥିତ ସମସ୍ତ ଦଳୀୟ କର୍ମୀ ଙ୍କ ଉପସ୍ଥିତ ରେ ଏକ ଶପଥ ପାଠ କରାଯାଇଥିଲା |ଏହି ଶପଥ ପଥରେ ବିଜେଡିକୁ ସଶକ୍ତି କରିବାପାଇଁ ନିଷ୍ପତି ନିଆଯାଇଥିଲା |ଆଜିର ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲା ବିଜେଡି ଉପସଭାପତି ସ୍ୱାଧୀନ ପଟନାୟକ ସଭାପତିତ୍ୱ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷମୋତିରାମ ନାୟକ , ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ସିଂଘ , ଏମ . ଆପରାଓ , ବୁଲୁ ରାଓ , ପ୍ରହଲ୍ଲାଦ ଅଗ୍ରୱାଲ, ବ୍ଲକ ଉପାଧ୍ୟାକ୍ଷ ସୁଶାନ୍ତ ବେହେରା , ବ୍ଲକ ଅଧକ୍ଷା ହେମଲତା ମାଝୀ , ବୀଣା ମାଝୀ, ମୋହନ ମାଝୀ , ସୁରି ମିଶ୍ର , ଗୁପ୍ତ ପଟ୍ଟନାୟକ, ଡମୁ ଅଗ୍ରୱାଲ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଧର୍ମଗଡ ରେ ବିଜୁ ଜନତା ଦଳର ବୈଠକ

Sunil Chandra Nayak

ଝାଡ଼କୁସୁମୀରେ ବିଜେପିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦଳ ଛାଡ଼ି ଯୋଗଦେଲେ – 200 କର୍ମୀ 

masiha

ନୂଆପଡା ଜିଲ୍ଲା କୁ ମାରାଥନ ନିର୍ବାଚନ ପ୍ରଚାରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗସ୍ତ ସୁନାବେଡ଼ା ଅଭୟାରଣ୍ୟ ରେ ଆଦିବାସୀ ଙ୍କ ସମାବେଶ, ନୂଆପଡ଼ା ରେ ରାତ୍ରିଯାପନ 

Sunil Chandra Nayak

Leave a Comment

error: Content is protected !!