ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ଜୟନ୍ତୀ ତଥା ପଂଚାୟତ ରାଜ ଦିବସ ପାଳନ

ପାପଡାହାଣ୍ଡି ,5/3, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଶାସନ ତରଫରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜୁ ଜୟନ୍ତୀ ତଥା ଲୋକସେବା ଦିବସ ଏବଂ ପଂଚାୟତରାଜ ଦିବସ ପାଳନ କରାଯାଇଛି |ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବାକର ବାଗ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଦକ୍ଷ ସୁଶାନ୍ତ କୁମାର ବେହେରା ଯୋଗଦେଇ ବିଜୁବାବୁ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ | ପାପଡାହାଣ୍ଡି ବ୍ଲକ ର ସମସ୍ତ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ / ସଭ୍ୟା ଏବଂ ବ୍ଲକ କର୍ମଚାରୀ ଙ୍କ ଉପସ୍ଥିତ ରେ ପଂଚାୟତ ରାଜ ଦିବସ ପାଳନ କରାଯାଇଥିଲା | ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ | ସେହିପରି ବିଧାୟକ ରନ୍ଧାରୀ ବିଜୁବାବୁ ଙ୍କ ସ୍ବପ୍ନ କୁ ତାଙ୍କ ସୁପୁତ୍ର ନବୀନ ପଟନାୟକ ସାକାର କରିଥିବା କହିବା ସହ ଚଳିତ ବଜେଟ ରେ ଗରିବ ଲୋକଙ୍କୁ ସୁହାଇଲା ଭଳି ବିଜେଟ କରାଯାଇଥିବା କହିଥିଲେ, ସେହିପରି ବ୍ଲକ ଉପାଦକ୍ଷ ସୁଶାନ୍ତ ବେହେରା ପାପଡାହାଣ୍ଡି ବ୍ଲକ ଅଂଚଳର ବିଭିନ୍ନ ସମସ୍ୟା କୁ ଆଗାମୀ ଦିନରେ ସମାଧାନ କରାଯାଇପାରିବା ସହ ସରକାର ଙ୍କ ଯୋଜନା ଲୋକଙ୍କ ନିକଟରେ ପହଂଚି ପାରିବ ସେ ଦିଗରେ ସମସ୍ତେ ଚେଷ୍ଟା କରିବାକୁ କହିଥିଲେ | ଏହି କାର୍ଯ୍ୟକ୍ରମ କୁ ଜିପିଈଓ ଅକ୍ଷୟ କୁମାର ପଟନାୟକ ପରିଚାଳନା କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ

Sunil Chandra Nayak

ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ

masiha

ଅଞ୍ଚଳା ପଞ୍ଚାୟତ ରେ ବିକାଶ ବାହନ ଯାତ୍ରା 

masiha

Leave a Comment

error: Content is protected !!