ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

ରାଉରକେଲା / ଆରଏସପିର ପ୍ରାକ୍ତନ ଅଧିକାରୀ, ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଜଣେ ଅନୁଗାମୀ ତଥା ବହୁ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ସ୍ଥାନୀୟ ଜଣାଶୁଣା ବ୍ୟକ୍ତିତ୍ୱ ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି l ୧୯୫୬ ମସିହାରେ ଵି.କମ ଓ ଶ୍ରମ ଆଇନ ଏବଂ କାର୍ମିକ ପରିଚାଳନାରେ କଲକାତା ବିଶ୍ୱବିଦ୍ୟାଳୟରୁ ସେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ l ଆରଏସପିରେ ଚାକିରି ଆରମ୍ଭ କରି ସେ କାର୍ମିକ ବିଭାଗର ମୁଖ୍ୟ ପରିଚାଳକ ଭାବେ ଅବସର ନେଇଥିଲେ l ଆରଏସପିର ଶ୍ରେଷ୍ଠ କର୍ମଚାରୀ ସମ୍ମାନ ସହ ସେ ବହୁ ପୁରସ୍କାର ଲାଭ କରିଥିଲେ l ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ରହି ସେ ୧୯୬୦ ରେ ରାଉରକେଲାରେ ଗଙ୍ଗାଧର ମେହେର ଜୟନ୍ତୀ ଆୟୋଜନ ଆରମ୍ଭ କରାଇଥିଲେ l ବହୁ ଲୋକଙ୍କ ଆରଏସପି ଚାକିରି କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ l ସମ୍ବଲପୁରର ରୋଟାରୀ ଶିଶୁ ଡାକ୍ତରଖାନାର ସେ ଟ୍ରଷ୍ଟି ରହିବା ସହ ଲକ୍ଷେ ଟଙ୍କା ଦାନ କରିଥିଲେ l ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ସହ ସେ ଜଡ଼ିତ ରହିଥିଲେ l ସେକ୍ଟର-୫ ଯୋଗ ମନ୍ଦିର ଏବଂ ଶ୍ରୀ ଅରବିନ୍ଦ ବିଦ୍ୟାଳୟର ସେ ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଶୋକପାଳନ ଅବସରରେ ଏହି ବିୟୋଗ ମନ୍ଦିରର ସଂଗଠକ ଓ ସମଗ୍ର ସମାଜ ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି ଅବହିତ କରାଯାଇଛି l ସ୍ବର୍ଗତ ପାଣିଗ୍ରାହୀଙ୍କ ଅନ୍ତେ ପତ୍ନୀ ସନ୍ତୋଷିନୀ, ସୁପୁତ୍ର ସ୍ୱରୂପ (ପ୍ରାକ୍ତନ ଆରଏସପି ସିଜିଏମ), ଦୁଇ ଝିଅ ଅନିତା ଓ ରଞ୍ଜିତା ଏବଂ ନାତିନାତୁଣୀ ମାନେ ରହିଛନ୍ତି l ସେ ପ୍ରାକ୍ତନ ମନ୍ତ୍ରୀ ତଥା ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀ, ପ୍ରାକ୍ତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ବରିଷ୍ଠ ସାମ୍ବାଦିକ ସୁଭାଷ ପାଣିଗ୍ରାହୀଙ୍କ ନିଜ ବଡ଼ ଭାଇ ଥିଲେ l ୮୭ ବର୍ଷ ବୟସରେ ଇସ୍ପାତ ଜେନେରାଲ ହାସପାତାଳରେ ତାଙ୍କ ବିୟୋଗ ଖବର ପାଇ ରାଉରକେଲା ଓ ଅନ୍ୟାନ୍ୟ ଅଞ୍ଚଳରୁ ଜଣାଶୁଣା ବ୍ୟକ୍ତି ଏବଂ ଶୁଭେଛୁ ମାନେ ପହଞ୍ଚିଥିଲେ l ସୋମବାର ପୂର୍ବାହ୍ନରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଅନ୍ତିମ ସଂସ୍କାର ବେଦବ୍ୟାସ ଠାରେ କରାଯିବ ବୋଲି ଜଣାପଡିଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦ,ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

masiha

ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ କାଳିମାଡ ଘଟଣାକୁ ନେଇ ଧର୍ମଗଡ ବିଜୁ ଜନତା ଦଳର ତୀବ୍ର ନିନ୍ଦା ସହ ନୀରବ ଶୋଭାଯାତ୍ରା

masiha

ଡାବୁଗାଁ ନିର୍ବାଚନ ମଣ୍ଡଳୀର 16ଗୋଟି ପ୍ରକଳ୍ପର ଭୂମି ପୂଜନ ,ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ

masiha

Leave a Comment

error: Content is protected !!