ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମ ପଞ୍ଚାୟତ ସ୍ଥିତ ଯାମପଡା ଗାଁର କମେବିଟ୍ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯିବାଫଳରେ ଅନେକ ଗଛ ଲତା ଗୁଡ଼ିକ ପୋଡିଯାଇଛି । ଏମିତି ଜଙ୍ଗଲରେ ନିଆଁ ପ୍ରାୟ ୧୦ଏକର ଉର୍ଦ୍ଧ୍ବ ଜାଗାରେ ନିଆଁ ଲାଗି ରହିଥିଲା । ଫରେଷ୍ଟ ପାରା ଗାର୍ଡମାନେ ଦେଖିଥିଲେ ଓ ସମସ୍ତେ ମିଳିମିଶି ଶତଚେଷ୍ଟା ପୂର୍ବକ ନିଆଁକୁ ଆୟତ୍ତ କରିବା ପାଇଁ ନିଆଁ ଲିଭା ମେସିନ ସାହାଯ୍ୟରେ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ। ନିଆଁଟି ଦିନ ୧୨.୩୦ ରେ ଲାଗି ଥିବା ଜଣାପଡିଥିଲା। ଯାହାକି କୌଣସି ମହୁଲ ଗୋଟାଳୀ ମାନେ ଗଛତଳର ପତ୍ର ପୋଡ଼ିଦେବାରୁ ଆସ୍ତେ ଆସ୍ତେ ଜଙ୍ଗଲ ଭିତରକୁ ନିଆଁ ଲାଗି ଯାଇଥିବା ଜଣା ଯାଉଛି । ଉକ୍ତ ନିଆଁକୁ ଆୟତ୍ତ କରିବାପାଇଁ ଫରେଷ୍ଟର ଭବାନୀ ଶଙ୍କର ନାୟକ , ପାରା ଗାର୍ଡ ମୁକେଶ ଖାଡ଼ଙ୍ଗା, ମନୋଜ ନନ୍ଦ, ଅଜିତ କରୁଆଁ, ରଞ୍ଜନ ହାତୀ, ପ୍ରିୟବ୍ରତ ପୋଢ, ନେପାଳ ସୁନା, ମକୁନ୍ଦ ସେଠୀ, ମନୋଜ ସା ଓ ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗରେ ଥିଲେ ତପନ କୁମାର ସାହୁ,ଚନ୍ଦ୍ର କାନ୍ତ ମାଝୀଙ୍କ ପ୍ରଚେଷ୍ଟା ବଳରେ ସମସ୍ତେ ମିଳିମିଶି ଜଙ୍ଗଲର ନିଆଁକୁ ଆୟତ୍ତ କରିଥିଲେ ଓ କିପରି ଭାବରେ ସୁରକ୍ଷା କରାଯାଇ ଜୀବଜନ୍ତୁ ମାନେ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରୟାସ ଜାରିରଖିଥିଲେ । ଲୋକଙ୍କୁ ନିଆଁ ନ ଲଗାଇବା ପାଇଁ ସଚେତନତା କରିଥିଲେ ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଵହଳଦା ଥାନା! ତେନ୍ତଳା ପୋଲ ପାଖରେ ଟ୍ରକ ଏବଂ ବାଇକ୍ ମୁହାଁମୁହିଁ; ବାଇକ ଚାଳକ ମୃତ

masiha

ଯୋଡ଼ାମହୁଲ ଗ୍ରାମରେ ୯୫ ତମ ବାର୍ଷିକ ଟୁସୁମେଳା ଧୂମଧାମରେ ଅନୁଷ୍ଠିତ

masiha

ପାଟଣାଗଡ଼ ରେ ବ୍ଳକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦୀବସ ପାଳିତ 

masiha

Leave a Comment

error: Content is protected !!