ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦ୍ୟୋଗୀ ମେଳାରେ ଆତ୍ମନିଯୁକ୍ତି ଯୋଗାଣ ଓ ରାଜ୍ୟ ତଥା ଦେଶର ଅଭିବୃଦ୍ଧିରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଅବଦାନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାୟଗଡ:-ତା.୬/୦୩-   ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳାର ଦ୍ଵିତୀୟ ଦିନରେ ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଥିଲା l ମେଳାର ପଡ଼ିଆ ମଧ୍ୟରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ “ଆତ୍ମନିଯୁକ୍ତି ଯୋଗାଣ ଓ ରାଜ୍ୟ ତଥା ଦେଶର ଅଭିବୃଦ୍ଧିରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଅବଦାନ” ଉପରେ ଆଲୋଚନା ବିଶେଜ୍ଞ ମାନେ ମତାମତ ରଖିଥିଲେ l ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିକାଶ କୁମାର ବାଇନ ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ କୃଷିଶିଳ୍ପ ନିଗମର ନିର୍ଦ୍ଦେଶକ ପ୍ରମୋଦ ଚନ୍ଦ୍ର ପାଣ୍ଡେ, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମlନିତ ଅତିଥି ଭାବରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନର ସହକାରୀ ନିର୍ଦ୍ଦେଶକ ଯୋଶୀନ କୋଟି ରତ୍ନମ ,ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ମୁଖ୍ୟାଳୟର ମୁଖ୍ୟ ପରିଚାଳକ ଦେବଦାସ ଲିମା, ଓରମାସର ଅତିରିକ୍ତ ନିର୍ଦ୍ଦେଶକ ମୋନାଜ କୁମାର ପାତ୍ର, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଙ୍ଘର ସଭାପତି ଏ.ଗୋବିନ୍ଦ ରାଓ ଯୋଗଦେଇ ଶିଳ୍ପ ସ୍ଥାପନର ବିଭିନ୍ନ ଦିଗ ,ସମସ୍ୟା, ସମାଧାନ ବ୍ୟାଙ୍କ ଋଣ ଓ ରିହାତି ସୁବିଧା ,ଆନୁଷ୍ଠାନିକ ସୁଯୋଗ ମାନ ଶିଳ୍ପ ସହାୟକ ବିଭିନ୍ନ ସରକାରୀ ଯୋଜନା ରୂପେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସାଧାରଣ ପରିଚାଳକ ଶ୍ରୀ ବାଇନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିଳ୍ପ ବିକାଶ ଅଧିକାରୀ ଚିତ୍ତରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l

ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ ସଭା ପରିଚାଳନା କରିଥିବାବେଳେ ଦେବାଶିଷ ମହାନ୍ତି, ସୁନୀଲ ପଟ୍ଟନାୟକ,ସୁବ୍ରତ ପଟ୍ଟନାୟକ,ଅଂଶୁମାନ ବେହେରା,ଜିଲ୍ଲା ବିବେଶକ ସଂସ୍ଥାର କର୍ମକର୍ତ୍ତା ସୁନୀଲ ପ୍ରଧାନ, ଅମୀୟ ପ୍ରଧାନ,ଲକ୍ଷ୍ମୀ କାନ୍ତ ଜେନା, ଶୈମିତ୍ର ପଟ୍ଟନାୟକ, ତ୍ରିଲୋଚନ ଦାସ,ବାସୁଦେବ ମୁଟିକା, ସୁଲେମାନ ଖାଁ,ରବି ଆଂଥନୀ, ହେମନ୍ତ ମାଂଡଙ୍ଗୀ, ଆଦି ସଭା ପରିଚାଳନା ସହାୟତା କରିଥିଲେ l ଏହି ଆଲୋଚନା ଚକ୍ରରେ ସ୍ଥାନୀୟ ଶିଳ୍ପ ଉଦ୍ୟୋଗୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଓ ବୈଷୟିକ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟl ରେ ଯୋଗଦେଇଥିଲେ l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

masiha

ଧାମରା ସଂଘର ବସନ୍ତ କବିତା ଆସର ଓ ବିଜୁବାବୁଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!