ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ନବରଙ୍ଗପୁର, ୦୬/୦୩ (ମସିହା) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ Governement College of Nursing, Nabarangpur ପ୍ରକୋଷ୍ଠରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜର୍ଜ (POCSO Act) ଶ୍ରୀମତୀ ପ୍ରଣତୀ ସାହା ଯୋଗଦେଇଥିଲେ ଓ ପୋକସୋ ଆଇନ ୨୦୧୨ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଜିଲ୍ଲା ଆଈନ ସେବା ପ୍ରାଧିକରଣ ନବରଙ୍ଗପୁରର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ଏହି କାର୍ଜ୍ୟକ୍ରମ ପରିଚାଳନା କରିଥିଲେ। ଡାକ୍ଟର ମଲୟ କୁମାର ତ୍ରିପାଠୀ, ସାମାଜିକ କର୍ମୀ ଶ୍ରୀମତୀ ମନୋରମା ମାଝି ଓ ଆଇନଜୀବୀ କିଶୋରୀ ପଟ୍ଟନାୟକ ଭାଗନେଇ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାକ ପ୍ରସୂତି ନିଦାନ କୌଶଳ, ପୀଡିତାଙ୍କ ନିମନ୍ତେ ଆର୍ଥିକ ସହାୟତା ବ୍ୟବସ୍ତା, କର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ନିର୍ଯାତନରୁ ସୁରକ୍ଷା ପ୍ରଦାନ ବ୍ୟବସ୍ତା, ଶିଶୁ ମାନଙ୍କୁ ଯୌନ ନିର୍ଯାତନରୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ଆଇନ ବିଷୟରେ ଆଇନ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ 

Related posts

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ

masiha

ସପ୍ତମ ତମ ବାର୍ଷିକ ସିନ୍ଦେର ଉତ୍ସବ

Sunil Chandra Nayak

ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-୭ ର ସଦସ୍ୟ ରୂପେ ବିଧାୟକ ଦୁର୍ଗା ଚରଣ ତନ୍ତୀ ମନୋନୀତ ହୋଇ ଥିବାରୁ ଜିଲ୍ଲା ତରଫରୁ ସ୍ଵାଗତ ଓ ଅଭିନନ୍ଦନ

masiha

Leave a Comment

error: Content is protected !!