ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘର ବସନ୍ତ କବିତା ଆସର ଓ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ରାଉରକେଲା/ବସନ୍ତ ଖାଲି ଏକ ଋତୁ ନୁହେଁ ଏକ ରାଗ,ଏକ ରସ, ଏକ ଚେତନା । ଏ ଚେତନା ପ୍ରେମ ଓ ଉତ୍ତରଣର ଚେତନା। ବସନ୍ତର ସୌନ୍ଦର୍ଯ୍ୟ ସଂସ୍କୃତ ସାହିତ୍ୟରେ ବର୍ଣ୍ଣିତ ହୋଇଛି। କାଳିଦାସ,ମାଘ,ଭରି ଆଦି ସମସ୍ତ ପୁରାତନ କବି ପ୍ରକାଶ କରିଛନ୍ତି ବସନ୍ତର ରୁପ ବର୍ଣ୍ଣନା। କିନ୍ତୁ ଆଜିର ପ୍ରଦୁଷଣ ଓ ସବୁଜିମାହୀନ ଆଧୁନିକ ଯୁଗରେ ବସନ୍ତ ହଜିଯାଇଛି କୁଆଡ଼େ। ଚାରିଆଡେ ବିଷାଦ, ଅବସାଦ ସଂସାର କେଉଁଠି ବି ଦେଖିବାକୁ ମିଳୁନି ବିଶୁଦ୍ଧ ପ୍ରେମ। ତେଣୁ ସାହିତ୍ୟିଙ୍କର ଦାୟିତ୍ବ ବଢ଼ି ଯାଇଛି। ଲେଖକମାନଙ୍କୁ ଲେଖିବାକୁ ହେବ ଏକ ନିତ୍ୟ ପ୍ରେମ ଓ ଆନନ୍ଦର କଥା। ଆଜିର ତରୁଣ ତରୁଣୀଙ୍କୁ ଶିଖାଇବାକୁ ହେବ ଯେ ପ୍ରେମ ଜୀବନକୁ ଗଢେ, ଜୀବନକୁ ଶେଷ କରେ ନାହିଁ। ବସନ୍ତ ଏକ ଋତୁ ନୁହେଁ ଏହା ନିଛକ ପ୍ରେମ ପ୍ରଣୟ ଉତ୍ସାହ ଓ ଉଦ୍ଦୀପନାର ପ୍ରତିକଟିଏ। ଏହାହିଁ ଥିଲା ମୁଖ୍ୟ ବକ୍ତା ମୋନାଲିସା ମିଶ୍ରଙ୍କ ମତ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ପୁରାତନ କାବ୍ୟ କବିତାରୁ ଆରମ୍ଭ କରି ଆଧୁନିକ କାବ୍ୟ କବିତାରେ କିଭଳି ବସନ୍ତ ଋତୁର ପ୍ରଭାବ ବାରି ହୋଇ ଯାଏ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖି ଥିଲେ।ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିବାକୁ ଯାଇ ସମ୍ମାନୀତ ଅତିଥି ଭୂପେନ ମହାପାତ୍ର କହିଲେ ଆଧୁନିକ ପ୍ରେମରେ ନା ରଙ୍ଗ ଅଛି ନା ରୁପ ଅଛି,ଖାଲି ଆଧୁନିକ ପ୍ରେମ କବିତାରେ ପ୍ରେମ ଜୀବନ୍ତ ଭଳି ଲାଗୁଛି। ଅନ୍ୟତମ ସମ୍ମାନୀତ ଅତିଥି ବ୍ରଜେନ୍ଦ୍ର ଦାଶ ବସନ୍ତ ଋତୁରେ ପ୍ରେମର ମଧୁମୟତାକୁ ବିଭିନ୍ନ କବିତା ମଧ୍ୟରେ ପ୍ରତିପାଦନ କରିଥିଲେ । ସହରର ଯୁବ କବି ଗୌତମ ଦାସ ପ୍ରବନ୍ଧ ‘ବସନ୍ତ କୁ ଚିଠି’ ପାଠ କରିଥିଲେ। ସଭା ମୁଖ୍ୟ ଭାବରେ ବିଶିଷ୍ଟ ଶ୍ରମିକ ନେତା ତଥା ଧାମରା ସଂଘର ସଭାପତି ସବୁ ପ୍ରେମ ଠାରୁ ମାଆର ପ୍ରେମ ବହୁ ଉର୍ଦ୍ଧ୍ଵରେ ବୋଲି ମତ ରଖିଥିବାବେଳେ ଧାମରା ସଂଘର ସହ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କବୀ ତଥା ଶିକ୍ଷୟିତ୍ରୀ ନିରୁପମା ପତି ମଞ୍ଚ ସଞ୍ଚାଳନ କରିଥିଲେ। ପ୍ରାରମ୍ଭରେ ଯ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ଗାନ କରାଯାଇଥିଲା। ବିଭୂ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ କାର୍ଯ୍ୟକ୍ରମ ଆବାହକ ସୁଶାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାପ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟର ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଏବଂ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁସ୍ମିତା ମହାପାତ୍ର, ଅଶୋକ ରାଉତ ସଂଯୋଜନାରେ କେବଳ ବସନ୍ତ ଋତୁକୁ ନେଇ ଏକ ମନୋଜ୍ଞ କବିତା ଆସର ଆୟୋଜନ ହୋଇଥିଲା।ଏହି କବିତା ଆସରରେ କୃପାସିନ୍ଧୁ ନାୟକ, ମୀନକେତନ ପଶାୟତ, ତ୍ରିନାଥ ସିଂ, ବଳରାମ ରାଉଳ,ମଞ୍ଜୁଳା ରଥ, ରଶ୍ମି ସାହୁ, କନକଲତା ମିଶ୍ର, ନିବେଦିତା ନନ୍ଦ,ରିନାରାଣୀ ସ୍ବାଇଁ, ବସନ୍ତ ବିଶ୍ଵକର୍ମା, ସୁଶ୍ରୀ ସଙ୍ଗୀତା ଦାଶ, ସୁପ୍ତି କର,ଶର୍ମିଷ୍ଠା କବିଶତପଥୀ,ସ୍ବର୍ଣ୍ଣ ଦତ୍ତ, ଅଭିରାମ ପ୍ରଧାନ , କରୁଣାକର ପାଟ୍ଟଶାଣୀ, ନିରୁପମା ପତି,ଏଲିନା ମହାନ୍ତି,ଅଜୟ କୁମାର ମହାନ୍ତି, ସସ୍ମିତା ପ୍ରଧାନ, ଡ.ଅଶ୍ଵିନୀ ରାୟ,ପ୍ରଫୁଲ୍ଲ ସାମଲ,ବିଜୟିନୀ ଜେନା, କଳ୍ପନା ନନ୍ଦ, ନମିତା ନାୟକ, ପ୍ରତାପ କୁମାର ପଣ୍ଡା, ଗଦାଧର ରଥ, ଜ୍ୟୋସ୍ନା ନାୟକ, ହୃଷିକେଶ ସାହୁ,ଅର୍ଚ୍ଚନା ପାତ୍ର, ବାସନ୍ତୀ ନାୟକ ଆଦି ୬୫ ଜଣ କବି କବିତା ପାଠ କରିଥିଲେ। ଶେଷରେ ମାନସୀ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ,ଶିକ୍ଷାବିତ, ସମାଜସେବୀ ଓ ଭାଷା ସାହିତ୍ୟକୁ ଭଲ ପାଉଥିବା ବ୍ୟକ୍ତିମାନେ ଯୋଗଦେଇ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

masiha

ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ 

Sunil Chandra Nayak

ଖଡିଆସାହିରେ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ୩୫ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ 

masiha

Leave a Comment

error: Content is protected !!