ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳାଙ୍କ ପାଇଁ ବେଦାନ୍ତ ଲିମିଟେଡର ଅଭିନବ ପଦକ୍ଷେପ ,ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ପାଇବେ ଦେଶବ୍ୟାପି ୧୦୦୦ ବାଳିକା

ଲାଞ୍ଜିଗଡ଼ଠାରେ ମହାସମାରୋହରେ ଉଦଘାଟିତ ହେଲା ପ୍ରୋଜେକ୍ଟ ପଞ୍ଛି

ଲାଞ୍ଜିଗଡ଼,୦୬/୦୩(ଇମିସ)-ଦେଶର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ କଂପାନୀ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ତରଫରୁ ଆଜି ଏକ ମହତ୍ତ୍ବପୂର୍ଣ୍ଣ ପ୍ରକଳ୍ପ‘ପ୍ରୋଜେକ୍ଟ ପଞ୍ଛି ‘ ଉଦଘାଟିତ ହୋଇଯାଇଛି ! ଦେଶରେ ସର୍ବପ୍ରଥମ ଥର ପାଇଁ ବାଳିକାମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ଦେବାକୁ ‘ପ୍ରୋଜେକ୍ଟ ପଞ୍ଛି’ ଦେଶର ବିଭିନ୍ନ ସ୍ଥାନରୁ ବଞ୍ଚିତ ତଥା ଅସୁରକ୍ଷିତ ସମ୍ପ୍ରଦାୟରୁ ଏକ ହଜାର ବାଳିକା ଚୟନ କରିବାକୁ ଲକ୍ଷ୍ୟ ରଖିଛି ! ପ୍ରଥମ ପର୍ଯ୍ୟାୟରେ ବେଦାନ୍ତ ଲିମିଟେଡ୍ ଦ୍ବାରା ୪୦ ଜଣ ବାଳିକାଙ୍କୁ ନିଯୁକ୍ତି ପାଇଁ ଚିହ୍ନଟ କରାଯାଇ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏଇ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ, ବେଦାନ୍ତ ଲିମିଟେଡର ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ବାଲକୋ ପ୍ରକଳ୍ପର ମାନବ ସମ୍ବଳ ବିଭାଗ ମୁଖ୍ୟ ଶୁଭଦୀପ ଖାନ୍, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବେଦାନ୍ତ ଲିମିଟେଡ୍ ର ମାନବ ସମ୍ବଳ, ଲୋକ ସଂପର୍କ ଓ ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ! ଏଇ ଅବସରରେ ଅଞ୍ଚଳର ଜନପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ହନେରାରୀ ଡକ୍ଟରେଟ ଆୱାର୍ଡ-୨୦୨୫ ରେ ସମ୍ମାନୀତ ହେଲେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର:ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବିତ 

masiha

ସେବା ସମ୍ମାନରେ ସମ୍ମାନିତ ହେଲେ ସୁମିତ୍ରା ସାହୁ 

ଗାଁ କୁ ରାସ୍ତା ନାହିଁ , ଖଟିଆରେ ବୋହିଲେ ୩ କିମି, ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

masiha

Leave a Comment

error: Content is protected !!