ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

ଢେ଼ଙ୍କାନାଳ-(ମନିସ )6/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଫିସ୍ ନିକଟ ସମ୍ମନିତ ଶିଶୁ ବିକାଶ କେନ୍ଦ୍ର ରୁ ସିଡିପିଓ ଶୈଳେନ୍ଦ୍ରି ପଟେଲ୍ଙ୍କ ନେତୃତ୍ବରେ ମହିଳା ଙ୍କ ସୁରକ୍ଷା, ସଂସାର ରେ ମହିଳା ଙ୍କ ଅଧିକାର, ମହିଳା ହିଂସା ବନ୍ଦ କର, କନ୍ୟା ଭ୍ରୁଣ ହତ୍ୟା ବନ୍ଦ କର, ବାଳିକା ଶିକ୍ଷା, କିଶୋରୀ ଶକ୍ତି ଯୋଜନା, ସମାଜ ରେ ମହିଳା ମାନଙ୍କ ଭୂମିକା, ନାରୀଙ୍କୁ ସମ୍ମାନ ଦେଲେ ଦେଶର ପ୍ରଗତୀ ହୋଇ ପାରିବ ଆଦି ନାରା ଦେଇ ଏକ ରାଲି ବାହାରିଥିଲା। ଏହି ରାଲିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗରପାଳ ଶକୁନ୍ତଳା ସେଠୀ, କାଉନସିଲର ସୌମ୍ୟାଶ୍ରୀ ଜି, ଲୋପାମୁଦ୍ରା ନାୟକ, ରିତାଞ୍ଜଳି ନାୟକ , ସୁପରଭାଇଜର ସୁଷମା ସେଠୀ, କଲ୍ୟାଣୀ ସାମଲ, ମଞ୍ଜରୀ ସାହୁ, ବବିତା ମହାଳିକ, ଦିପ୍ତିଲତା ନାୟକ, ମଧୁସ୍ମିତା ପାତ୍ର, ସ୍ୱର୍ଣାଲତା ସାହୁ, ଅଙ୍ଗନବାଡ଼ି କର୍ମୀ ରୁନୁବାଳା ସାହୁ, ଝୁନୁରାଣି ସେଠୀ, ଯଶୋବନ୍ତୀ ଖୁଣ୍ଟିଆ, ସୁଷମାବାଳା ଖଟୁଆ, ରଶ୍ମିତା ସାହୁ, ଶ୍ରଦ୍ଧାଂଜଳି ବାହାଲିଆ, ମିଶନ ଶକ୍ତି ଫେଡରେସନ୍ ସଭାପତି ନମିତା ସାହୁ, ଅଞ୍ଜଳି ବାରିକ୍ ଆଦି ନାରୀମାନେ ମହିଳା ଦିବସ ରାଲି ରେ ଯୋଗ ଦେଇଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତି ବର୍ଷ ମାର୍ଚ୍ଚ ମାସ ୮ ତାରିଖ ରେ ପାଳନ କରାଯାଇଥାଏ l ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରୁ ମାର୍ଚ୍ଚ ୮ ତାରିଖ ଯାଏ ପାଳନ କରାଯିବ ବୋଲି ସିଡିପିଓ ଶୈଳେନ୍ଦ୍ରି ପଟେଲ୍ କହିଛନ୍ତି।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

କେନାଲ ରେ ଭାସି ଯାଇ ମହିଳା ମୃତ 

Sunil Chandra Nayak

ନୂଆପଡ଼ା ଆମସେନା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ  ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Sunil Chandra Nayak

Renounded social worker Ratikanta Paul passed away.

Sunil Chandra Nayak

Leave a Comment

error: Content is protected !!