ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶବ ସତ୍କାର କରିବାକୁ ଶ୍ମଶାନ ଅଛି ଶ୍ମଶାନକୁ ଯିବାକୁ ରାସ୍ତା ନାହିଁ :ରାସ୍ତା ଓ ଶବ ସତ୍କାର କରିବା ପାଇଁ ଗୃହ ନିର୍ମାଣ ନିମନ୍ତେ ଜନସାଧାରଣରେ ଦାବୀ 

ଶବ ସତ୍କାର କରିବାକୁ ଶ୍ମଶାନ ଅଛି ଶ୍ମଶାନକୁ ଯିବାକୁ ରାସ୍ତା ନାହିଁ :ରାସ୍ତା ଓ ଶବ ସତ୍କାର କରିବା ପାଇଁ ଗୃହ ନିର୍ମାଣ ନିମନ୍ତେ ଜନସାଧାରଣରେ ଦାବୀ 

ନବରଙ୍ଗପୁର:(୨୨|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ରେ ଶ୍ମଶାନ ଅଛି, ହେଲେ ଶ୍ମଶାନ ଯିବାକୁ ରାସ୍ତା ନାହିଁ l ଉମୁରାହାଣ୍ଡି ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଶ୍ମଶାନ ରହିଥିଲେ ହେଁ ଶ୍ମଶାନକୁ ଶବ ସତ୍କାର କରିବାକୁ ଯିବା ପାଇଁ ରାସ୍ତା ନ ଥିବାରୁ ବର୍ଷା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଡାବୁଗାଁ ଉମୁରାହାଣ୍ଡି ଅଙ୍ଗୀ ନଦୀ ଉପର ବ୍ରିଜ ପାର୍ଶ୍ଵରେ ଥିବା ଶ୍ମଶାନ ସାଧାରଣ ଲୋକଙ୍କ ପାଇଁ ଯହାକି ଭେଲୁଆଗୁଡା, ନୂଆଗୁଡା, ଜଗନ୍ନାଥଗୁଡା,କଲାର ଓ ଗୌଡ ସମ୍ପ୍ରଦାୟର ଲୋକେ ଉକ୍ତ ଶ୍ମଶାନ ଉପରେ ନିର୍ଭର କରି ଶବ ସତ୍କାର କରିଥାନ୍ତି l ଆଦିମ କାଳରୁ ଉକ୍ତ ଶ୍ମଶାନକୁ ରାସ୍ତା ଥିବାବେଳେ ଅଙ୍ଗୀ ନଦୀ ବ୍ରିଜ ହୋଇ ଯିବା ଫଳରେ ରାସ୍ତା ଉଚ୍ଚ ହୋଇ ଯିବାରୁ ଶ୍ମଶାନକୁ ଯିବାକୁ ଘୋର ଅସୁବିଧା ହେଉଛି l ଶ୍ମଶାନ କୁ ଯିବାକୁ ହେଲେ ଏଠାରେ ପାହାଚ କଲେ ତଳ ସ୍ଥାନରେ ଶ୍ମଶାନ କୁ ଯିବାକୁ ସୁବିଧା ହୋଇ ପାରିବ l ଉକ୍ତ ଶ୍ମଶାନ ପାର୍ଶ୍ଵରେ ପଟ୍ଟା ଜମି ରହିଥିବାରୁ ରାସ୍ତା ହୋଇ ପାରୁନାହିଁ l କେବଳ ବ୍ରିଜ ରାସ୍ତାରୁ ପାହାଚ କରାଗଲେ ଶ୍ମଶାନକୁ ଯାଇ ଶବ ସତ୍କାର କରିହେବ l ଏଣୁ ଉକ୍ତ ଶ୍ମଶାନ ନିମନ୍ତେ ପାହାଚ ନିର୍ମାଣର ଜରୁରୀ ଆବଶ୍ୟକତା ରହିଛି l ସେହିପରି ତଦନୁଯାୟୀ ରେଭିନ୍ୟୁଗୁଡା ସଂରକ୍ଷିତ ଜଙ୍ଗଲ ପାର୍ଶ୍ଵରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଶ୍ମଶାନ ରହି ଥିବାରୁ ଉକ୍ତ ଶ୍ମଶାନ କୁ ଯିବା ପାଇଁ ରାସ୍ତା ନାହିଁ, ଯାହାକି ଜମି ହିଡ ଉପରେ ଅଣ ଓସାରିଆ ରାସ୍ତାରେ ଶବ ନେଇ ଯିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷତଃ ବର୍ଷା ଋତୁରେ ଶବ ସତ୍କାରରେ ଘୋର ଅସୁବିଧା ହେଉଛି। ଏଇ ଅସୁବିଧା ସମ୍ପର୍କରେ ବାରମ୍ବାର ଅଭିଯୋଗ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରି ଥିଲେ ମଧ୍ୟ ଏହାର ସୁଧାର ଏପର୍ଯ୍ୟନ୍ତ ହୋଇ ପାରିନାହିଁ l ଶ୍ମଶାନରେ ଶ୍ମଶାନ ଗୃହ ନ ଥିବାରୁ ବର୍ଷା ଦିନରେ ଓଦା ହୋଇ ଶବ ସତ୍କାର କରାଯାଉଛି l ଏଣୁ ଦୁଇଟି ଶ୍ମଶାନ ସ୍ଥାନରେ ଶବ ସତ୍କାର ନିମନ୍ତେ ଦୁଇଟି ଗୃହ ର ଆବଶ୍ୟକତା ରହିଛି l ଏଣୁ ଉକ୍ତ ଦୁଇଟି ଶ୍ମଶାନକୁ ଯିବା ପାଇଁ ରାସ୍ତା ଓ ଶବ ସତ୍କାର କରିବା ପାଇଁ ଗୃହ ନିର୍ମାଣ କରିବା ପାଇଁ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍l

Related posts

ଖଇରା ଉପ ନିର୍ବନ୍ଧକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି, ଲୋକ ମାନେ ହିନସ୍ତା

masiha

ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲା ଗ୍ରାମବାସୀ 

masiha

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

masiha

Leave a Comment

error: Content is protected !!