ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ସ୍କୁଲ୍ ଅଭିଯାନର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ,ନର୍ଲା ବ୍ଲକର ଷ୍ଟଲ୍ ଶ୍ରେଷ୍ଠ ବିବେଚିତ

ନର୍ଲା/ମସିହା/07/03/23 //ମୋ ସ୍କୁଲ୍ ଅଭିଯାନର ପଞ୍ଚମ ସ୍ଵନକ୍ଷତ୍ର ଅବସରରେ ଆୟୋଜିତ କଳାହାଣ୍ଡି ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ର ସମ୍ମିଳନୀ ତଥା ଫଟୋ ପ୍ରଦର୍ଶନୀରେ ନର୍ଲା ବ୍ଲକର ଷ୍ଟଲ ଶ୍ରେଷ୍ଠ ବିବେଚିତ ହୋଇଛି। ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉକ୍ତ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି ମନୋଜ ସାହୁ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜଗବନ୍ଧୁ ମିଶ୍ର, ଶିକ୍ଷାବିତ ସୁରଜିତ ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ଶଗଡ଼ା ହାଇସ୍କୁଲର ପ୍ରଧାନଶିକ୍ଷକ ସୁକାନ୍ତ ସାହୁ ପ୍ରମୁଖ ଯୋଗଦେଇ ବ୍ଲକ ଶିକ୍ଷା ବିଭାଗକୁ ସମ୍ମାନିତ କରିଥିଲେ। ନର୍ଲା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ସୂର୍ଯ୍ୟଦେବ ବାଗ ଓ ସୁଦର୍ଶନ ମହାନ୍ତି ପୁରସ୍କାର ଗ୍ରହଣ କରିଥିଲେ। ଷ୍ଟଲଟିକୁ ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ଡିଜାଇନ୍ କରିଥିବା ବେଳେ ନୋଡାଲ୍ ସିଆରସିସି କେଦାରନାଥ ନାଗ, ଶିକ୍ଷକ ସନ୍ତୋଷ କୁମାର କର, ଶରତ କୁମାର ଭୋଇ, ଦେବଦତ୍ତ ମିଶ୍ର, ଜିତେନ୍ଦ୍ର କୁମାର ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବ୍ଲକର ଶ୍ରେଷ୍ଠ ସ୍କୁଲ୍ ଭାବେ ଜୟଦୁର୍ଗା ହାଇସ୍କୁଲ୍ ନର୍ଲାରୋଡ଼ ଏବଂ ଶ୍ରେଷ୍ଠ ଦାତା ଭାବେ ଭୀମକେଲାର ଝଜ ସା ସମ୍ବର୍ଦ୍ଧିତ ହୋଇଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପ୍ରଥମ ଘଟଣା, ଅଵସର ଦିନ ଫାଇନାଲ ପେନସନ ଗ୍ରହଣ କଲେ ପ୍ରଧାନ ଶିକ୍ଷକ

Sunil Chandra Nayak

ବିପିୟୁଟି ରେ ରକ୍ତଦାନ ଶିବିର

Sunil Chandra Nayak

କାମାକ୍ଷାନଗର ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଅକ୍ଷୟ ବାବୁ ଉପଖଣ୍ଡ ସାମ୍ବାଦିକ ସଂଘରେ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!