ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ- ଚନ୍ଦହାଣ୍ଡି ଘାଟିରେ ଅଟୋ ଦୁର୍ଘଟଣା ୫ ଗୁରୁତର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗାଁ-ଚନ୍ଦହାଣ୍ଡି ଘାଟିରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ପାଞ୍ଚ ଜଣ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି।

ସୂଚନା ପ୍ରକରେ ରାଇଘର ବ୍ଲକ କଚରାପାରା ପଂଚାୟତ ଅନ୍ତର୍ଗତ ଇନ୍ଦିଲାହାଣ୍ଡି ଗ୍ରାମର ଗୋଟିଏ ପରିବାରର ମାନସିଂ ରାଉତ (୫୦),ସତନ ରାଉତ(୪୫),ରାକେଶ ରାଉତ(୮),ପାର୍ବତୀ ରାଉତ(୩୫),ନନ୍ଦିନୀ ରାଉତ(୬),ରୂପାଲି ରାଉତ(୫),ପୂର୍ଣ୍ଣିମା ରାଉତ(୨୫),କରିସ୍ମା ରାଉର(୧),ପଦ୍ମନୀ ରାଉତ(୫୮),ଚମ୍ପା ରାଉତ(୫୩),ପ୍ରିୟା ରାଉତ(୫),ଗାୟତ୍ରୀ ଗୌଡ଼ ଏବଂ ଭଗବତୀ ରାଉତ(୩୫)ପ୍ରମୁଖ ଏକ ଅଟୋ ଯୋଗେ ଚନ୍ଦହାଣ୍ଡି ବ୍ଲକ ରାଜକୋଟ ଗ୍ରାମକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ।ତେବେ ପ୍ରାୟ ଦିନ ୧୨ ଘଣ୍ଟା ସମୟରେ ଝରିଗାଁ- ଚନ୍ଦହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଫଳରେ ଅଟୋ ରେ ବସିଥିବା ସମସ୍ତେ ଛିଟିକି ହୋଇ ପଡିଯାଇଥିଲେ।ଦୁର୍ଘଟଣା ଦେଖି ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେଇ ଥିଲେ।ପରେ ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ମାନସିଂ,ପ୍ରିୟା, ଚମ୍ପା ଏବଂ ପଦ୍ମନୀଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ଭଗବତଙ୍କୁ ଡାହାଣ ହାତରେ ଗଭୀର ଆଘାତ ହୋଇଥିଲା।ତେବେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁତର ମାନଙ୍କ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟଵସ୍ଥା ସ୍ଥିର ଥିବା ଡାକ୍ତର ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ସାବିତ୍ରୀ ଯୋଗାଡ଼ -୨୦୨୬” ମହାସମାରୋହ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀଙ୍କ ଯୋଗଦାନ

ଦଧିବାମନପୁର ଡାକଘରେ କର୍ମଚାରୀ ଅଭାବ 

masiha

ଚାଉଳ ଏବଂ କିରୋସିନି ହେରଫେର କରି ନିଲମ୍ବନ ହେଲେ ରିଟେଲର

Sunil Chandra Nayak

Leave a Comment

error: Content is protected !!