ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ 

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ 

ରାଉରକେଲା: ଏକ ଯୁବତୀ ଚାଲାଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ମୁକ୍ତିରଞ୍ଜନ ଶତପଥୀ ଅଭିଯୁକ୍ତ ସୁରା ଲୁଗୁନ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଯୁବତୀ ଚାଲାଣ ସମ୍ପର୍କରେ ଉଷାରାଣୀ ଟପ୍ପୋଙ୍କ ଲିଖିତ ଅଭିଯୋଗ ଆଧାରରେ ରାଉରକେଲା ରେଳବାଇ ପୋଲିସ୍ ପକ୍ଷରୁ କେଶ ନଂ ୫୮/୨୧ ରେ ତଦନ୍ତ କରାଯାଇଥିଲା। ରେଳବାଇ ପୋଲିସ୍ ଅଧିକାରୀ ଜ୍ୟୋତ୍ସା ସେଠ ଘଟଣାର ତଦନ୍ତ କରିଥିଲେ। ୧୪/୧୦/୨୦୨୧ ସକାଳ ୮ ଟା ୪୦ ରେ ୦୮୪୭୭ ଉତ୍କଳ ଏକ୍ସପ୍ରେସ ପ୍ଲାଟଫର୍ମ ନଂ ୧ ରେ ପହଞ୍ଚିବା ପରେ ଅଭିଯୋଗ କରିଥିବା ଉଷାରାଣୀ ଙ୍କ ସହ ତଦନ୍ତକାରୀ ଅଧିକାରୀ ଜ୍ୟୋତ୍ସା ସେଠ,ଏସଆଇ ଡି କର ଓ ରେଳବାଇ ଥାନାର ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ରହି ଅଭିଯୁକ୍ତ ସୁରା ଲୁଗୁନକୁ ଗିରଫ କରିବା ସହ ପଞ୍ଜାବକୁ ଚାଲାଣ ହେଉଥିବା ଯୁବତୀ ଜସ୍ମିନ କୁଡୁ ଓ ବାସନ୍ତୀ କାନ୍ଦିରାକୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ଙ୍କ ବିରୋଧରେ ରେଳପଥ ପୁଲିସ ଭାରତୀୟ ପିଙ୍ଗଳ କୋଡ଼ ର ଦଫା ୩୬୩/୩୭୦(୨)(୩)(୪)/୩୭୪ ଦଫାରେ ଅଭିଯୋଗ ପତ୍ର ଦାଖଲ କରିଥିଲା। ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ଶ୍ରୀ ଶତପଥୀ ଙ୍କ ଅଦାଲତରେ ଏହାର ବିଚାର ଚାଲିଥିଲା। ବିଚାରପତି ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ୩୭୦(୨) ଦଫାରେ ଅଭିଯୁକ୍ତ ସୁରା ଲୁଗୁନକୁ ୭ ବର୍ଷ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ସେହିପରି ୩୭୦(୩) ଦଫାରେ ୧୦ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲା ସୁନ୍ଦରଗଡରେ ଅବସ୍ଥାପିତ ଉପ ନିର୍ଦ୍ଦେଶକ ଅଭିଯୋଜକ ଙ୍କ ତତ୍ତ୍ଵାବଧାନରେ ସରକାରୀ ଓକିଲ ଅମ୍ବିକା ପ୍ରସାଦ ସିଂ ଓ ବିଜୟ କୁମାର ଦାସ ମାମଲା ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ନଗର ବଡ଼ପଡ଼ାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ସଚେତନତା ସଭା

Sunil Chandra Nayak

ନୂଆପଡ଼ା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆସନ୍ତା ୨ରୁ ୧୨ …

masiha

Leave a Comment

error: Content is protected !!