ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ଦିନ ହେବ ଗାଁ’ରେ ଜଳୁନି ଷ୍ଟ୍ରିଟ୍ ଲାଇଟ

ଦୀର୍ଘ ଦିନ ହେବ ଗାଁ’ରେ ଜଳୁନି ଷ୍ଟ୍ରିଟ୍ ଲାଇଟ

କାମାକ୍ଷାନଗର (ମନିସ)23/9/25 ++  ଭୁବନ ବ୍ଲକ ଗଡ଼ ନୃସିଂହ ପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରୁଗା ନାଏକ ସାହିର ଷ୍ଟ୍ରିଟ୍ ଲାଇଟ ଦୀର୍ଘଦିନ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି | ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସି | ଯେତେବେଳେ ଗାଁକୁ ସରକାରଙ୍କ ତରଫରୁ ମିଳିଥିଲା ଏ ଲାଇଟ ଗ୍ରାମବାସୀ ବେଶ ଖୁସିରେ ଜୀବନ ଯାପନ କରି ଆସୁଥିଲେ | କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଷ୍ଟ୍ରିଟ ଲାଇଟକୁ ସଜାଡ଼ିକୁ ମଧ୍ୟ ପ୍ରଶାସନର ଦୃଷ୍ଟି ଏଠାରେ ଦୀର୍ଘ ଦିନ ହେବ ପଡ଼ି ପାରୁନଥିଲା ହେଲେ ଆଜି ଏ ବାବଦରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କ ମତ ରଖିଛନ୍ତି ଆଉ ସେ କହିଛନ୍ତି ଯେ ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରେ ପଞ୍ଚାୟତର ସମସ୍ତ ଗ୍ରାମରେ ଅଚଳ ହୋଇ ପଡିରହିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକୁ ସଜଡ଼ା ଯିବ | ମୁରୁଗା ନାଏକ ସାହି ରାସ୍ତା ଦେଇ ସବୁବେଳେ ଚଣ୍ଡୀପାଳ, କିଙ୍ଗୋଳ, ଜୟପୁର ଓ ଅସୁରବନ୍ଧ ଗ୍ରାମର ଲୋକମାନେ ଯାତାୟାତ କରିଥାନ୍ତି କାରଣ ଏହି ରାସ୍ତା ତାଙ୍କୁ ଜାତୀୟ ରାଜପଥ ଦେଇ କାମାକ୍ଷା ନଗର ଯିବାକୁ ପାଖ ହେଇଥାଏ | ଯେତେବେଳେ ସନ୍ଧ୍ୟା ହୁଏ ଏହି ମୁରୁଗା ଗ୍ରାମର ଲୋକମାନେ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ କରିଥାନ୍ତି କାରଣ ଜଙ୍ଗଲ ପାଖରେ ଏହି ଗ୍ରାମଟି ଆଉ ବେଳେ ବେଳେ ହାତୀ, ଭାଲୁ ଓ ଅନ୍ୟାନ୍ୟ ଜଙ୍ଗଲୀ ପଶୁମାନେ ଗାଁରେ ପଶି ବହୁତ ଖୟକ୍ଷତି କରି ଥାଆନ୍ତି | ତେଣୁ ଯଥା ଶୀଘ୍ର ଏ ଷ୍ଟ୍ରିଟ ଲାଇଟ ଗୁଡ଼ିକୁ ସଜାଡ଼ିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରକୃତି ବନ୍ଧୁ ସନତ ପାଳିଲେ ବିଶ୍ୱ ପରିବେଶ ଦିବସ

masiha

ଆନ୍ତର୍ଜାତିକ ମହିଳା ଦିବସ ପକ୍ଷ ପାଳନ ଅବସରରେ “ଚିଲିକା ତାଲୁକ ଆଇନ୍ ସେବା କମିଟି” ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାୟଗଡ ରେଳ ମଣ୍ଡଳ ନିମନ୍ତେ ଶିଳାନ୍ୟାସ 

masiha

Leave a Comment

error: Content is protected !!