ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୩ ପାଳିତ

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୩ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାଁ ମାଣିକେଶ୍ବରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ, ତେରେସିଂହା ପକ୍ଷରୁ ୨୦ତମ ନୂଆଁଖାଇ ଭେଟଘାଟ୍ ୨୦୨୩ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ରିଷିଡ଼ା ସରପଞ୍ଚ ଶ୍ରୀମତୀ ସେବତୀ ରଣା, ତେରେସିଂହା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ଚନ୍ଦ୍ରମା ରଣା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ରଣା, ବକ୍ତା ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ପୁରୋହିତ, ଅତିଥି ଭାବେ ଗଦାଧର ରଣା, ଦେବାର୍ଚ୍ଚନ ରଣା, ତ୍ରିନାଥ ରଣା, ଭୁବନେ ରଣା ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ କୁଇଜ୍, ମାଠିଆପିଟା, ହଳିଆ ଗୀତ, ନୃତ୍ୟ, ଚୌକିବସା, ଶଙ୍ଖଫୁଙ୍କା ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା l ଏଥିରେ ହୃଷିକେଶ ସାହୁ ଓ ମଙ୍ଗଳ ମାଝୀ ବିଚାରକ ଦାୟିତ୍ଵରେ ରହିଥିବା ବେଳେ ଗ୍ରାମର ବିଭିନ୍ନ କ୍ଷେତ୍ରରେ ନାମ କରିଥିବା ଲୋକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା l କଳା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚିନ୍ତାମଣି ପରାଭୋଇ ଓ ଧ୍ରୁବଚରଣ ରଣା ଏବଂ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇ ଥିଲା l ପ୍ରତି ବର୍ଷ ପରି ଗ୍ରାମର ଅନେକ ବୃଦ୍ଧବୃଦ୍ଧା, ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇ ଥିଲା l ଏଥିରେ ଦେବେନ୍ଦ୍ର ରଣା ଓ ପଦ୍ମଲୋଚନ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ରୋହିତ ରଣାଙ୍କ ନେତୃତ୍ବରେ ଅନୁଷ୍ଠାନ ସଦସ୍ୟମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଉତ୍କଳ ପରିଷଦର ନୂତନ କର୍ମକର୍ତା ଚୟନ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ସ୍ଵେଚ୍ଛାସେବିଙ୍କୁ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!