ବିକାଶ ଅଭିଯାନ କାର୍ଯ୍ୟକ୍ରମ ଉଦ୍ଯାପିତ
କର୍ଲାମୁଣ୍ଡା (ସୁଶାନ୍ତ ରଣା): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି ଜୁନାଗଡ ବ୍ଲକ ରେଣ୍ଡୋ ମାଝୀ ୟୁଥ କ୍ଲବ ତେଟୁଲିପଡ଼ା ପକ୍ଷରୁ ଯୁବ ଅନୁଷ୍ଠାନ ବିକାଶ ଅଭିଯାନ କାର୍ଯ୍ୟକ୍ରମର ଉଦ୍ଯାପିତ ହୋଇଯାଇଛି। ଏହା ପାଞ୍ଚ ଦିନ ଧରି ଚାଲିଥିବା ବେଳେ ଆଜି ଶେଷ ଦିନରେ କେତେକ ଅନୁଷ୍ଠାନ ମାନଙ୍କୁ କିଛି ଖେଳ ସାମଗ୍ରୀ ବଣ୍ଟନ ଦିଆଯାଇଛି। ଏଥିରେ ରାଧାକ୍ରିଷ୍ଣା ଯୁବକ ସଂଘ, ରେଣ୍ଡୋ ମାଝୀ ଯୁବକ ସଂଘ, ନିଖିଳ ଉତ୍କଳ ଯୁବକ ସଂଘ ଶ୍ରୀ ଶ୍ୟାମ ଶ୍ୟାମ ୟୁଥ କ୍ଲବ ମାନଙ୍କୁ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେରା ଯୁବା ଭାରତ କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ବଂଶ ଶର୍ମା, ସମ୍ମାନିତ ଅତିଥି ବିଜୟୀ କୁମାର ଛତ୍ରିଆ, ମଧୁଳିକା ବାଗଜି ଓ ବର୍ଷା ମହାନ୍ତୀ ଶୁଭସ୍ମିତା ମଲ୍ଲିକ ଉପସ୍ଥିତ ରହି ଯୁବ ବିକାଶ ଅଭିଯାନରେ ଅନୁଷ୍ଠାନ ମାନଙ୍କର ବିକାଶ କିପରି ଭାବରେ ହୋଇ ପାରିବ ସେ ଉପରେ ମତବ୍ୟକ୍ତ କରିଥିଲେ। ଏଥିରେ ପୂର୍ବତନ ସ୍ବେଛାସେବୀ ମମତା ପ୍ରଧାନ, ସତ୍ୟବାନ ପ୍ରଧାନ, ମିନିକେତନ ଭୋଇ, ବିଜୟ ଜାନୀ ଓ ଜଗତ ନନ୍ଦ ବାଗ ସହଯୋଗ କରିଥିଲେ।
ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା
କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାଶ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ମକଳିଙ୍ଗ ଗହୀର, ମୁଖ୍ୟବକ୍ତା ଭାବେ ବ୍ୟଙ୍ଗକବି ବିକାଶ ବେହେରା, ସମ୍ମାନିତ ଅତିଥି ଭାବେ ଇତିହାସ ଅଧ୍ୟାପକ ଡ଼. ମଦନ ମୋହନ ସାହୁ, ଓଡ଼ିଆ ଅଧ୍ୟାପକ ସଦାନନ୍ଦ ଶତପଥୀ, ଇଂରାଜୀ ଅଧ୍ୟାପକ ଦୁର୍ଯ୍ୟୋଧନ ବିଷୋୟୀ, ବରିଷ୍ଠ କିରାଣୀ ଭକ୍ତବନ୍ଧୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ କଲେଜର ଧର୍ମେନ୍ଦ୍ର ପଧାନ, ବୁଦ୍ଧଦେବ ପ୍ରଧାନ, ଚଉବନ ପ୍ରଧାନ, ବିଶ୍ଵନାଥ ଭୋଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଜୀବନରେ ସୁପଥଗାମୀ ହୋଇ ଜଣେଜଣେ ଉତ୍ତମ ଛାତ୍ର ହେବପାଇଁ ମାର୍ଗ ଦର୍ଶନ କରିଥିଲେ। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ତୃତୀୟ ବର୍ଷର ମୋହନ ଚରଣ, ହିଂମାଶୁ, ଭରତ, ବାଦଲ, କ୍ଷୀରୋଦ୍, ପ୍ରଭାତ ରଞ୍ଜନ, ବର୍ଷା, ବିନ୍ଦୁ କାର୍ଯ୍ୟକ୍ରମରେ ବିଶେଷ ଭୂମିକା ନିର୍ବାହ କରିଥିଲେ। ଛାତ୍ର ରୋହିତ ଓ ଶୁଭମ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ରେଖା ଧନ୍ୟବାଦ ଅର୍ପଣ କରିଥିଲେ।

