ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ପୂର୍ଣ୍ଣାହୁତି ଉଦଯାପିତ

ମୟୂରଭଞ୍ଜ ୭-୩-୨୩ (ମସିହା) ରାଇରଙ୍ଗପୁର ପୌରାଞ୍ଚଳ ର କୁଚେଇବୁଢୀ ଶୈବପୀଠ ଶ୍ରୀ ପୂଣ୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ଧୂମଧାମରେ ଅନୁଷ୍ଠିତ ହେଉଅଛି |ଏହା ଗତ ୪ ତାରିଖ ଅଙ୍କୁରୋପଣ ଓ ମଣ୍ଡଳକରଣ ଅଧିବାସ ,୫ତାରିଖରେ ଜଳ କଳସଯାତ୍ରା, ଯଜ୍ଞ ମଣ୍ଡପ ପ୍ରବେଶ,ଶାଳାରେ ଦେବତାମାନଙ୍କ ଆବାହନ,ପୂଜନ,ହବନ, ତର୍ପଣ ଓ ଅଗ୍ନି ସଂସ୍କାର , ଆରତୀ ପୁଷ୍ପାଞ୍ଜଳି ୬ ତାରିଖରେ ସୂର୍ଯ୍ୟପୂଜା,ଧରିତ୍ରୀ ପୂଜା,ଗୋପୂଜା,ଦ୍ବାରପାଳପୂଜା ଓ ସପ୍ତଶତୀ ଚଣ୍ଡୀ ହୋମ ଓ ଏବଂ ଅନ୍ତିମ ଦିନ ୭ତାରିଖରେ ସୂର୍ଯ୍ୟ ପୂଜା, ସମସ୍ତ ଦେବାଦେବୀ ପୂଜନ,ଶ୍ରୀମଦ୍ ଭାଗବତ୍ ଗୀତା ହବନ ଓ ଯଜ୍ଞାନୁଷ୍ଠାନ କାର୍ଯ୍ୟ, ପୂର୍ଣ୍ଣାହୁତି,ଆରତୀ ଓ ପୁଷ୍ପାଞ୍ଜଳି ସମାପନ ହୋଇଥିଲା | ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଭଜନ,କୀର୍ତ୍ତନ ଓ ପ୍ରବଚନ ଆଦି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଉଥିଲା । |ଏଥିରେ ମୁଖ୍ୟପୂଜକ ଭାବେ ଓଡିଶା ରାଜ୍ୟ ବୈଦିକ ବ୍ରାହ୍ମଣ ପରିଷଦର ସଭାପତି ସୁଧାଂଶୁ ଶେଖର ମହାପାତ୍ର, ସଂପାଦକ ସତ୍ୟ ନାରାୟଣ ତ୍ରିପାଠୀ, କୋଷାଧ୍ୟକ୍ଷ ରଶ୍ମି ରଂଜନ ରଥ,ପ୍ରମୋଦ ଦାସ,ବେଣୁଧର ଦୀକ୍ଷିତ,ରୂପକ ହୋତାଙ୍କ ଦ୍ବାରା ଯଜ୍ଞ କର୍ମ ସମ୍ପାଦନ ହେଉଥିବା ବେଳେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ପ୍ରସନ୍ନ ଷଡଙ୍ଗୀ,ନିଳରତନ ସାମନ୍ତରାୟ,ଟିକ ନନା ପ୍ରମୁଖ ମିଶି ଏହି ମହାଯଜ୍ଞ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ |ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ବାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ଏହି ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଥିଲା ।|ପ୍ରତିଦିନ ଏଠାରେ ବିଷ୍ଣୁସହସ୍ର ନାମପାଠ,ଗୋପାଳ ସହସ୍ର ନାମପାଠ,ନୃସିଂହ ସହସ୍ର ନାମପାଠ ଓ ଜଗନ୍ନାଥ ସହସ୍ର ନାମପାଠ ଆୟୋଜନ କରାଯାଇଥିଲା |ଏହି ଧାର୍ମିକ ପରିବେଶରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ନେବା ସହ ନିଜର , ପରିବାରର ଓ ସମାଜର ମଙ୍ଗଳ ପ୍ରାର୍ଥନା କରିଥିଲେ । ତିନିଦିନ ଧରି ସମଗ୍ର ରାଇରଙ୍ଗପୁର ସହର ଏକ ଭକ୍ତିମୟ,ଵିଷ୍ନୁମୟ ପରିବେଶ ହୋଇ ଉଠିଥିଲା । ଓମ୍ ବାସୁଦେବାୟ ନମ୍ଃ ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ । ଏହି ମହାଯଜ୍ଞରେ ୩ ଜଣଙ୍କର ନିଃଶୁଳ୍କ ବ୍ରତୋପୟନ କରାଯାଇଥିଲା ।ଏଥିରେ ବାମନଘାଟୀ ବ୍ରାହ୍ମଣ ମହାସଭାର ତରଫରୁ ସମସ୍ତ ବାମନଘାଟୀବାସୀ ,ବଦାନ୍ୟ ବ୍ୟକ୍ତି, ଶ୍ରଦ୍ଧାଳୁ ପୁର୍ଣ୍ଣମାତ୍ରାରେ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ବିଶ୍ବରେ ସମସ୍ତେ ସୁଖ ,ଶାନ୍ତି ଓ ଆନନ୍ଦରେ ରୁହନ୍ତୁ ବୋଲି ଏହି ମହାଯଜ୍ଞ ଆୟୋଜନର ଉଦେଶ୍ୟ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

NILAVADI SRI SRI AGNIGANGA MAA THAKURANI HUNDI OPENS, RECEIVES LAKHS IN DONATIONS

masiha

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶ 

masiha

ରାୟଗଡ଼ା ଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!