ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୌଡ଼ ଦେଓପାଲି ଗ୍ରାମରେ ଡକାୟତି ,  ଜଣେ ଆହତ : ତମ୍ବା ମୁଦ୍ରା ,  କଂସା ଥାଳିି,  ଭରିଏ ସୁନା ଓ ଅଶୀ ହଜାର ଲୁଟି ନେଲେ

ତେନ୍ତୁଳିଖୁଣ୍ଟି ୦୬/୦୩/୨୩ ପାଞ୍ଚ ତାରିଖ ରାତି ଗୋଟାଏ ସମୟରେ ଗୌଡ଼ ଦେଓପାଲି ଗ୍ରାମର ଚନ୍ଦ୍ର ଗୌଡ଼ ଘରେ ମୁଁହ ରେ ପଟି ଲଗାଇ ଦଶ ରୁ ବାର ଜଣ କବାଟ କୁ ଭାଙ୍ଗି ଘରେ ପ୍ରବେଶ କରିଥିଲେ। ସେମାନେ ଘର ର ସମସ୍ତ ସଦସ୍ୟ ଙ୍କୁ ଉଠାଇ ଛୁରୀ ଦେଖାଇ ଭୟଭୀତ କରିଥିଲେ । ଚନ୍ଦ୍ର ଙ୍କ ଝିଅ କୁ ଛୁରୀ ରେ ଆଘାତ କରି ଘରେ ଥିବା ପୂର୍ଵ ପୁରୁଷ ର କଂସା ଥାଳି ,ତମ୍ବା ମୁଦ୍ରା ସହ ଅଶୀ ହଜାର ଟଙ୍କା ଓ ଏକ ଭରି ସୁନା ଚୋରି କରି ନେଇଛନ୍ତି। ଝିଅ ବାମ ହାତରେ ଛୁରୀ ଆଘାତ ଯୋଗୁଁ ଆହତ ହୋଇ ଚିକିତ୍ସିତ ହେଉଛି। ଏ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଛନ୍ତି। ପୋଡ଼ଶୀ ରାମ ପାଟି ତୁଣ୍ଡ ଶୁଣି ଉଠି ଥିଲେ ,ତାଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଆଜି ଖାତିଗୁଡା ଥାନା ରେ ଏ ନେଇ ଅଭିଯୋଗ କରିଛନ୍ତି ଚନ୍ଦ୍ର ଗୌଡ଼ (ପିତା ଶୁକ୍ର ) ଥାନା ଆଇ ଆଇ ସି ଦୀପକ ଲେଙ୍କା ଘଟଣାର ତଦନ୍ତ କରୁଛନ୍ତି। କେଶ ନମ୍ବର 22 ରେ ମୋକଦମା ରୁଜୁ ହୋଇଛି,395 ଓ 25 ବି ଆର୍ମସ ଆକ୍ଟ ରେ କେଶ ତଦନ୍ତ ଚାଲିଛି। ଖୁବ ଶୀଘ୍ର ଦୁର୍ବୁତ୍ତ ଙ୍କୁ ଧରିବା ସହ ଚୋରୀ ସାମଗ୍ରୀ ଜବତ କରାଯିବ ବୋଲି କହିଛନ୍ତି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

ଶନିବାର ରାତିରେ ଅସଶନବଣିଠାରେ ବହୁ ଚର୍ଚ୍ଚିତ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତି ମୃତ୍ୟୁର ପରିଚୟ ମିଳିଲା , କାର ଧକ୍କାରେ ପଥଚାରୀ ମୃତ

masiha

କୋଟିଏ ଟଙ୍କାର ସରକାରୀ ଅନୁଦାନ ଚଳୁ କରିବା ମହଙ୍ଗା ପଡ଼ିଲା 

Sunil Chandra Nayak

Leave a Comment

error: Content is protected !!