ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପରମ୍ପରା ଅନୁଯାୟୀ ବାପଘରେ ତୋରଣୀ ପିଇଲେ ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା ଭଗବତୀ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା ଭଗବତୀ ଆଜି ଦୋଳ ପୁନେଇରେ ପାରମ୍ପରିକ ରୀତିରେ ବାପଘର ଦୁଆରେ ତୋରାଣୀ ପିଇଲେ। ଓଡିଶାର ପୁରପଲ୍ଲୀରେ ଦୋଳପୂର୍ଣ୍ଣମୀ, ହୋଲି ଆଡମ୍ୱରରେ ପାଳିତ ହେଉଥିବା ବେଳେ ବାଣପୁର ମା ଭଗବତୀଙ୍କ ପୀଠରେ ନିଆରା ଢଙ୍ଗରେ ପାଳିତ ହୋଇଛି ଦୋଳ ପୁନେଇ । ଶ୍ରୀଜଗନ୍ନାଥଙ୍କ ପ୍ରତୀକ ଦୋଳଗୋବିନ୍ଦ ଏହି ଯାତ୍ରାର ପୁରଧା ଭାବରେ ଚାଚେରୀ ଖିଆ ଓ ଅବିର ସହିତ ଦୋଳି ଖେଳରେ ଅଂଶଗ୍ରହଣ କରୁଥିବାବେଳେ ଏଠାରେ ମା ଭଗବତୀଙ୍କ ଚଳନ୍ତି ପ୍ରତୀମା କାଠି ଠାକୁରାଣୀ ୬ଦିନ ବ୍ୟାପି ବାଣପୁରର ଅଚ୍ୟୁତରାଜ ପୁର,ଶ୍ରୀନିବାସପୁର, ତୁଳସିଦେଇପୁର ସଙ୍କୁଡି ନୈବେଦ୍ୟ ଗ୍ରହଣ କରିଥିଲେ। ସ୍ନେହ ସୋହାଗର ପୁନେଇ ଖିଆ ପରମ୍ପରାର ପ୍ରତିକ ତୋରାଣୀ ପିଇ ଭାରଥୁର ଧରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ବାଣପୁରରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ସେବା : ଜଳାଭିଷେକ ଲାଗି ଦୃଷ୍ଟିହୀନଙ୍କୁ ସହାୟତା 

masiha

ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଅଗ୍ନି ଉତ୍ସବ

Sunil Chandra Nayak

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!