ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକମାନଙ୍କୁ ଆକ୍ରମଣର ସୁରକ୍ଷା ସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଗୋଳାମୁଣ୍ଡାଓ କେଗାଁ ଥାନାରେ ଜନକଲ୍ୟାଣ ସଙ୍ଘର ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେଆଜି ଗୋଲାମୁଣ୍ଡା ଥାନା ଅଧିକାରୀ ଓ କେଗାଁ ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯେଉଁ ଭଲି ଭାବରେ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଓ ସମାଲୋଚନା ର ଶିକାର ହେଉଛନ୍ତି ଏହା ଅତି ନିନ୍ଦନୀୟ, କାରଣ ବନ୍ୟା , ବାତ୍ୟା, ରାଜନୈତିକ , ସାମାଜିକ ଭଲି ସମସ୍ତ ସମସ୍ୟାର ସମାଧାନ ପାଇଁ ସାମ୍ବାଦିକଙ୍କୁ ଡକାହୁଏ ।ଚଲିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଯାଜପୁର ବିଂଝାରପୁରରେ ସାମ୍ବାଦିକ ଙ୍କୁ ଯେଉଁ ଭଲି ଭାବରେ ଆକ୍ରମଣ କରିଥିଲେ ଏବଂ ବିଭିନ୍ନ ସ୍ଥାନମାନଙ୍କରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ହୋଇଅଛି ତାର ପ୍ରତିବାଦରେ ଆଜି କଳାହାଣ୍ଡି ଜିଲ୍ଲାପ।ଲ ଙ୍କ ପାଇଁ କେଗାଁ,ଓ ଗୋଳାମୁଣ୍ଡା ଥାନା ଅଧିକାରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ନ୍ୟାୟ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଗୋଳାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକ ସଂଘ ର ସଭାପତି ରାମକୁମାର ସେନାପତି, ସଂପାଦକ ଇଶ୍ଵର ପଟେଲ, କ୍ଷିରସିନ୍ଧୁ ପଟେଲ , ବ୍ରହ୍ମା ପ୍ରସାଦ କାଣ୍ଡ, ଶ୍ୟାମସୁନ୍ଦର ଅଗ୍ରୱାଲ, ଉପେନ୍ଦ୍ର ବଗର୍ତ୍ତୀ, କୃଷ୍ଣ ମହାନନ୍ଦ,କପୁରର୍ଚ୍ଚନ ସେଠିଆ,ଲବଜି ପଟେଲ, ମହେନ୍ଦ୍ର ଦାସ, ବିଶ୍ଵଜିତ ସେନାପତି, ଅଶ୍ଵିନୀ ମଳ୍ଳିକ,ରାଇଚନ ଅଘରିଆ, ପଙ୍କଜ ସାହୁ ଓ ସୁରେନ୍ଦ୍ର ଜାଲ ଉପସ୍ଥିତ ରହି ଥିଲେ ଏବଂ ସଭାପତି ଙ୍କପ୍ରତିକ୍ରିୟା ମାଧ୍ୟମରେ ସରକାର କୁ ଚେତାବନୀଜଣାଇଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା

Related posts

ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ଏବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଗ୍ୟାସ୍ ସିଲିଣ୍ଡର ପାଇଁ ସବସିଡି ଘୋଷଣା କଲେ କେନ୍ଦ୍ର ସରକାର

ରାଉରକେଲା – କମ୍ରେଡ ବନମାଳୀ ଧୁପାଳଙ୍କ ପ୍ରଥମ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!