ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ରେ ଆସନ୍ତା କାଲି ଅନୁଷ୍ଠିତ ହେବ ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ପରିପେକ୍ଷିରେ ମତଦାନ ପାଇଁ ପୋଲିଙ୍ଗ ପାର୍ଟି ଙ୍କୁ ତାଙ୍କ ନିର୍ଦ୍ଧାରିତ ବୁଥ ପଠାଇବା ବ୍ୟବସ୍ଥା ସାଙ୍ଗକୁ ନିର୍ବଚନ ର ସରଞ୍ଜାମ ନେଇପୋଲିଂ ପାର୍ଟି ମାନଙ୍କୁ ବୋଡ଼େନ ବ୍ଲକ ର ସମସ୍ତ ବୁଥକୁ ପଠାଯାଉଛି । ବୋଡ଼େନ ବ୍ଲକ ର ବୁଥ ମାନଙ୍କରେ ବେଲଟ ବକ୍ସ, ବେଳେଟ ପେପେର, ସହି, ଏବଂ ଗୋଟିଏ ବୁଥ ରେ ଆବଶ୍ୟକ ଥିବା ସମସ୍ତ ସରଞ୍ଜାମ ନେଇ ପୋଲିଙ୍ଗ ପାର୍ଟି ନିଜ ନିଜ ବୁଥ ଆଭିମୁଖ୍ୟ ଯାତ୍ରା କରିଛନ୍ତି। ଏହି ସବୁ ବ୍ୟବସ୍ଥା ବୋଡ଼େନ ସାପ୍ତାହିକ ହାଟ ପାଖ ମଣ୍ଡି ଓ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପରିସର ମଧ୍ୟରେ ଅନୁଷ୍ଠିତ ହେଉଛି । ନିର୍ବାଚନ ଙ୍କୁ ଶାନ୍ତିପୂର୍ଣ୍ଣ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ପୋଲିସ ପ୍ରଶାସନ, ବ୍ଲକ ତଥା ଜିଲ୍ଲାର ଉଚ୍ଚପଦାଧିକାରି ମାନେ ଉପସ୍ଥିତ ଶାନ୍ତି ପୂର୍ଣ୍ଣ ଭାବରେ ଉକ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ସମାପନ ଦିଗରେ ପୂର୍ଣ୍ଣ ଚେଷ୍ଟିତ ଅଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମେଡିକାଲ ସିଟ୍‌ ଦେବା ନାଁରେ ୩୦ ଲକ୍ଷ ଠକେଇ, ଗିରଫ ହେଲେ ଠକ…

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ 

Sunil Chandra Nayak

ସମସ୍ୟା ଘେରରେ ଗୋଲାମୁଣ୍ଡାବ୍ଲକ କେବେ ବଦଳିବ ଚିତ୍ର!

Sunil Chandra Nayak

Leave a Comment

error: Content is protected !!