ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଭିର ପରିବର୍ତ୍ତେ ରକ୍ତରେ ଖେଳିଲେ ହୋଲି, ମାମଲା ପହଁଚିଲା ଥାନାରେ 

ତିର୍ତ୍ତୋଲ :-08/03/23:- ଅଭିର ବଦଳରେ ରକ୍ତ, ମଦ ମାଗି ବିଫଳ ହେବାରୁ ବୋତଲ ଭାଙ୍ଗି ଆକ୍ରମଣ ! ଦେହ ଭିଜିଲା ରକ୍ତରେ ! ମାମଲା ବଡ ସଂଗୀନ, ପୋଲିସ ଫାଇଲକୁ ଗଲା କେସ ! ହୋଲି ଭଳି ପବିତ୍ର ଦିବସରେ ସମସ୍ତେ ରଙ୍ଗଖେଳ ରେ ମାତି ଭାଇଚାରା ଭାବ ବନ୍ଧନ କୁ ସୁଦୃଢ କରଥାନ୍ତି ! ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ତିର୍ତୋଲ ଥାନା କନକପୁର ଗ୍ରାମର ସାରଳା ହାଟ ଠାରେ !, ଖବରରୁ ଜଣାଯାଇଛି ଯେ,RWSS ର ଅଜୟ ହାତୀ ନାମକ ଜଣେ ଯୁବକ ସାରଳାହାଟ ର ଏକ ଦୋକାନ ବାରଣ୍ଡା ରେ ନିଜର ସାଙ୍ଗସାଥୀ ମାନଙ୍କ ଶହ ବିଅର ପିଉଥିବା ବେଳେ, ଉଦୟ ପଣ୍ଡା ନାମକ ଜଣେ ହାଟବ୍ୟବସାୟୀ ତାଙ୍କୁ ମଦମାଗି ବିଫଳ ହେବାରୁ, ସେ ଉତକ୍ଷିପ୍ତ ହୋଇ ଗୋଟିଏ ବିଅର ବୋତଲ ଭାଙ୍ଗି ପାଟିତୁଣ୍ଡ କରିଥିଲେ ! ଦୋକାନୀ ପରେଶ ଭଟ୍ଟ ତାଙ୍କୁ ବୁଝାସୁଝା କଲାବେଳେ ସେ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ ,! ଅଜୟ:ହାତୀ ଙ୍କ ସହିତ ରଶ୍ମିରଂଜନ ସାହୁ ଓ ରାକେଶ ସ୍ବାଇଁ ଙ୍କୁ ଉଦୟ ପଣ୍ଡା ଙ୍କ ଦୁଇଭାଇ ସୁଶାନ୍ତ ଓ ପ୍ରଶାନ୍ତ ମିଳିମିଶି ସଂଘବନ୍ଧ ଆକ୍ରମଣ କରିଥିଲେ ,!ଘଟଣାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ବୃନ୍ଦାବନ ସାହୁ ନାମକ ଆଉଜଣେ ଦୋକାନୀ ସେମାନଙ୍କୁ ଗୋଟିଏ କୋଦାଳ ବେଣ୍ଟ ଆଣି ଯୋଗାଇ ଦେଇଥିଲେ ! ସେହି କୋଦାଳ ବେଣ୍ଟ ରେ ଅଜୟ ହାତୀ ଙ୍କ ମୁଣ୍ଡ ରେ ପ୍ରହାର ହେବାରୁ ମୁଣ୍ଡଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା ! ସଂଗେସଂଗେ ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ! ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସାପାଇଁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡିକାଲ କୁ ପଠାଇ ଦିଆଯାଇଛି !ଅପରପକ୍ଷରେ ତିର୍ତୋଲ ପୋଲିସ ଖବରପାଇ ମଣିଜଙ୍ଗା ମେଡିକାଲରେ ପହଂଚି ଆହତ ମାନଙ୍କ ସହିତ ଘଟଣା ସମୟରେ ସେଠାରେ ଉପସ୍ଥିତଥିବା ଲୋକ ମାନଙ୍କର ବୟାନ କୁ ମଧ୍ୟ ଲିପିବଦ୍ଧ କରିଛି ! ତେବେ ସାମାନ୍ୟ ଘଟଣା କୁ ନେଇ ଏତେ ଭୟାବହ କାଣ୍ଡ ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ! ଚର୍ଚ୍ଚା ହେଉଛି ଯେ ସାରଳାହାଟର ଅତି ନିକଟରେ କନକପୁର ଫାଣ୍ଡି ଅବସ୍ଥିତ ଥିବାବେଳେ, ସେହି ସ୍ଥାନରେ ସବୁବେଳେ ଚୋରାମଦ ବିକ୍ରି ବଢ଼ି ଚାଲିଥିବାରୁ, ସାଧାରଣରେ ପୋଲିସଙ୍କ କାର୍ଯ୍ୟକଳାପ ପ୍ରତି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ! ଭବିଷ୍ୟତରେ ଏହାର ପୁନରାବୃତ୍ତି ନହେବାକୁ,କନକପୁର ପୋଲିସଫାଣ୍ଡି ଏ କ୍ଷେତ୍ରରେ କଠୋର ପଦକ୍ଷେପ ନେବାପାଇଁ ସାଧାରଣ ରେ ଦାବୀହେଉଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଗୋରୁମହିଷାଣୀ ଥାନା! ଷୁଣ୍ଢଳ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅଧରେ ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ

masiha

ପରକିୟା ପ୍ରିତୀର ବିଷମ ପରିଣତି…୩ ବର୍ଷର ଶିଶୁ ପୁତ୍ର କୁ ବିଷ ଦେଇ ହତ୍ୟା କଲା ସାବତ ବାପା

Sunil Chandra Nayak

ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ପୃଥକ ମାମଲା ରୁଜୁ, ୩ ନାବାଳିକାଙ୍କ ବୟାନ ରେକର୍ଡ

Sunil Chandra Nayak

Leave a Comment

error: Content is protected !!