ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଟିଆ ଠାରେ ଷୋହଳ ତମ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଉଦ୍ଯାପିତ

ଉତ୍କେଲା,୦୯/୦୩,ନିପ୍ର: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ,ଦେଓଗାଁ ଗ୍ରାମ ପଂଚାୟତ ଅଧିନସ୍ତ ମାଟିଆ ଗ୍ରାମ ଠାରେ,ଅବସ୍ଥିତ ଅଲେଖ ମହିମା ଆଶ୍ରମ ଶ୍ରୀ ବାବା ହୃଦାନନ୍ଦ ଙ୍କ ନେତୃତ୍ୱରେ,ଷୋହଲ ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି,୦୫ ମାର୍ଚ ରବିବାର ସକାଳ ୮ ଘଣ୍ଟା ସମୟରେ ବହୁ ମାତ୍ରା ରେ ଶ୍ରଦ୍ଧାଳୁ ଭକ୍ତମାନେ ଭବ୍ୟ କଳସ ଯାତ୍ରା ଆରମ୍ଭ ହୋଇଥିଲା,ଓ ସଂକୀର୍ତନ ଘଣ୍ଟ ବାଦ୍ୟ ଦେଇ ନିକଟ ରେତ ନଦୀ ଠାରୁ କଳସ ପାଣି ଆଣିଥିଲେ, । ଉକ୍ତ ପରିଚାଳନା କମିଟି ର ସଭାପତି ମାଟିଆ ଗ୍ରାମର ସାଧୁ ଚରଣ ଭୋଇ ଓ ସମ୍ପାଦକ କୈଳାଶ ଚନ୍ଦ୍ର ମାଝୀ ଙ୍କ ଉପସ୍ଥିତ ରହି କଳସ ଯାତ୍ରା ଙ୍କୁ ଆଗେଇ ନେଇଥିଲେ, ଓ ଯଜ୍ଞ କୁଣ୍ଡ ମଧ୍ୟରେ ଘିଅ ଢ଼ାଳି ଜନ କଲ୍ୟାଣ ନିମିତ୍ତ ଅଲେଖ ମହିମା ଧ୍ବନିରେ ଚାରି ଆଡେ଼ ପରିସର ପ୍ରକମ୍ପିତ ଉଠୁଥିଲା । ଏହି ମହିମା ମଠ ର ଯଜ୍ଞ କାର୍ଯ୍ୟ କର୍ମ ରେ,କେଶିଙ୍ଗା ବିଡିଓ ପ୍ରଫୁଲ କୁମାର ଓଡୁ ଓ କେସିଙ୍ଗା ବ୍ଲକ ର ଉପାଧକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ,ଚାଁଚେର ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଅଞ୍ଜୁ କୁମ୍ଭାର, ଓ କୁଣ୍ଡାବନ୍ଧ ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ତଥା ସମାଜ ସେବୀ, ମନୋଜ ପଟ୍ଟନାୟକ ଦେଓଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଡମ୍ବରୁ ଧର ପଟ୍ଟନାୟକ ଉତ୍କେଲା ସମିତି ସଭ୍ୟ ତ୍ରିନାଥ ମାଝୀ ଉପସ୍ଥିତ ରହିଥିଲେ। ପ୍ରତୌକ ରାତ୍ର ମନୋରଂଜନ କାର୍ଯ୍ୟକ୍ରମ ହୋଇଥିବା ବେଲେ ଶାନ୍ତି ଶୃଙ୍ଖଳିତ ଭାବରେ ଯଜ୍ଞ ସମାପନ ହୋଇଥିବାରୁ ସଭାପତି ସାଧୁଚରଣ ଭୋଇ ପୋଲିସ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ତରାପୁର ଗ୍ରାମରେ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶ୍ରୀମଦ୍ ଭଗବତ କଥାର ଦିବ୍ୟ ପ୍ରବଚନ କାର୍ଯକ୍ରମ

Sunil Chandra Nayak

ବନ୍ଧୁଗାଁରେ ସ୍ତାନେ ସ୍ତାନେ ପାଳିଲେ ଗଣେଶ ପୂଜା 

masiha

ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ପଞ୍ଚମ ସାମ୍ବତ୍ସରିକ ନାମଯଜ୍ଞ ଆରମ୍ଭ

Leave a Comment

error: Content is protected !!