ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମାନ ସହ ବଂଚିବାର ଅଧୀକାର ନାରୀର ଅଛି

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରକାଶ ପାଉଥିବା ସମ୍ପୂର୍ଣ୍ଣ ନାରୀ ଭିତ୍ତିକ ସାହିତ୍ୟ ପତ୍ରିକା ପେଞ୍ଜୋରାଣୀ ତରଫରୁ ଏକ ସାହିତ୍ୟ ଆସର ଗୁଗୁଲ ମିଟ ମାଧ୍ୟମରେ ଆୟୋଜିତ ହୋଇ ଯାଇଛି l ଏହି ସଭାଟିକୁ ସୁଶ୍ରୀ ଝରଣା ପଧାନୀ ସଂଯୋଜନା କରିଥିବା ବେଳେ ଦ୍ରୌପଦୀ ଜଗତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ସଭାପତି ଦାୟିତ୍ୱରେ ପେଞ୍ଜୋରାଣୀ ପତ୍ରିକାର ସମ୍ପାଦିକା ସଞ୍ଜିତା ପ୍ରଧାନ, ମୁଖ୍ୟ ଅତିଥି ଭାବରେ ପର୍ବତାରୋହୀ ସାହିତ୍ୟିକା ଲିପ୍ସାମୟୀ ଦୁବେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ନାରୀ ମାନଙ୍କ ପାଇଁ ଉଦିଷ୍ଟ ପତ୍ରିକା, ସାମାଜିକ ଜୀବନରେ ନାରୀର ଉନ୍ନତି, ବାଲ୍ୟ ବିବାହ, ଶିକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ l ପ୍ରିୟା ସାହୁଙ୍କ ସଂଯୋଜନାରେ ଯଶୋଦା ମାଝୀ, ଆରତୀ ବଡଜେନା, ମମତା ଦାଶ, ବିଶାଖା ମାଝୀ, ଡୋନା ଭୂୟାଁ, ସରିତା ସାହୁ, ଗାୟତ୍ରୀ ବହାଦୁର, ରଚିତା ମେହେର, ପୂଜା ଷାଣ୍ଢ, ସନ୍ତୋଷୀନି ମାଝୀ, ଶୁଭଶ୍ରୀ ମହାପାତ୍ର, ଝରଣା ପାଢ଼ୀ, ଆନନ୍ଧିନି ଦାଶ, ଅମିଷା ପଧାନ, ହର୍ଷିତା ପାଳ, ପ୍ରତିଭା ଦାଶ, ଆଦି ଓଡ଼ିଶାର ଅନେକ କବି କବିତା ପାଠ କରିଥିଲେ l ଏହି ଅସାର ପାଇଁ ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆୟୋଜିତ କରିଥିବା ବେଳେ ଅନୁଷ୍ଠାନର ନରେଶ କୁମାର ସାହୁ, ବିଶ୍ୱନାଥ ସାହୁ, କାହ୍ନ ଚରଣ ସାହୁ, ତପନ କୁମାର ସାହୁ ଆଗାମୀ ଦିନରେ ଏମିତି ସହଯୋଗ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିବା ସହ ସମସ୍ତଙ୍କୁ ହୋଲି ଏବଂ ବିଶ୍ୱ ମହିଳା ଦିବସର ଶୁଭେଚ୍ଛା ପ୍ରଦାନ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବଡ଼ବାଙ୍କି–ଚାରପାଣି ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

Sunil Chandra Nayak

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!