ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ତେନ୍ତୁଳି ଖୁଣ୍ଟି – ୧୦/୦୩/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ସ୍ପାଟନ କ୍ଲବ ତରଫ ରୁ ଓ ଜିଲା ବ୍ୟାଡମିଣ୍ଟନ ଆସୋସିଏସନ ର ସହଯୋଗରେ ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଳାଦ୍ରି ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ପାପଡା ହାଣ୍ଡି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ଓ ୟୁ ଜେ ଜିଲ୍ଲା ସଭାପତି ଯେ ସୁଶାନ୍ତ କୁମାର ବେହେରା, ତେନ୍ତୁଳିଖୁଣ୍ଟି ସରପଞ୍ଚ ଟଭା ନାୟକ,ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବରିଷ୍ଟ ବିଜେଡି ନେତା ନାରାୟଣ ପାତ୍ର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ପି. ନାଗରତ୍ନମ, ତେନ୍ତୁଳଖୁଣ୍ଟି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ, ନନ୍ଦାହାଣ୍ଡି ବ୍ଲକ ବିଜେଡି ସଭାପତି ଦୟାନିଧି ବିଷୋୟୀ, ସ୍ମାଟନ କ୍ଲବ ସଭାପତି ଡକ୍ଟର ସମଲେଇ ପ୍ରସାଦ ପଣ୍ଡା, ବରିଷ୍ଟ କଂଗ୍ରେସ ନେତା କିଶୋର ସିଂ,ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରି ଆୟୋଜକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ବିଜେଡ଼ି ନେତା ବାବୁନି ନାୟକ ମଞ୍ଚ ପରିଚାଳନା କରିଥିଲେ.|। ଏହି ଟୁୁର୍ଣ୍ଣାମେଣ୍ଟ ବାର ବାର ତାରିଖ ପର୍ଯ୍ୟନ୍ତ ଚାଲିବ ଚାଳିଶ ରୁ ଉର୍ଦ୍ଧ୍ଵ ଦଳ ଭାଗ ନେବେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ  ସୁପର ଓଭର ରେ ମେଚ ଜିତି ଫାଇନାଲ କୁ ଗଲା କେସିଙ୍ଗା , ଦର୍ଶକ ପାଇଲେ ୨୧୦୦ ଟଙ୍କା

masiha

ରୁପ୍ରାରୋଡରେ ଜିଲ୍ଲା ସ୍ତରୀୟ ବ୍ୟଡମିନ୍ତନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ,ପାଷ୍ଟିକୁଡି ଚାମ୍ପିଅନ୍

Sunil Chandra Nayak

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!