ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଓ ଜଗତସିଂପୁର ଜିଲ୍ଲା ଖେଳାଳିଙ୍କ ମିଳିତ ସଫଳତା

ନବରଙ୍ଗପୁର ଓ ଜଗତସିଂପୁର ଜିଲ୍ଲା ଖେଳାଳିଙ୍କ ମିଳିତ ସଫଳତା

ନବରଙ୍ଗପୁର:(୨୬|୧୨)(ରବି ନାରାୟଣ ମହାନ୍ତି)କେରଳ ଠାରେ ଚାଲିଥିବା ୩୫ ତମ ସର୍ବ ଭାରତୀୟ ଅମନ୍ତ୍ରଣୀୟ କରାଟେ – ଡୁ କୋବୁଡ ଚାମ୍ପିଅନସିପ “ଗତ ଡିସେମ୍ବର ମାସ ତା. ୨୧ ଓ ୨୨ ରିଖରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତା ରେ ସ୍ଥାନୀୟ ନବରଙ୍ଗପୁର ବିନାୟକ ନଗର ରେ ଅବସ୍ଥାପିତ ୟୁଚି ରୀୟ କରାଟେ – ଦୋ କୁବୁଡ଼ ଟ୍ରେନିଙ୍ଗ ସ୍କୁଲ ର ୧୨ ଜଣ ଛାତ୍ରଛାତ୍ରୀ ଓ ଜଗତସିଂହପୁର ର ୟୂଚି ରିୟୋ କରାଟେ ସ୍କୁଲ ର ୧୩ ଜଣ ଛାତ୍ରଛାତ୍ରୀ ସର୍ବମୋଟ ୨୫ ଜଣ କରାଟେ କ୍ରୀଡାବିତ୍ ” ଓଡ଼ିଶା ରାଜ୍ୟ ୟୁଚୀ ରୀୟୋ କରାଟେ ଦଳ ” ରେ ସାମିଲ ହୋଇ ପ୍ରତିଯୋଗିତା ରେ ଭାଗନେଇ ଥିଲେ। ନବରଙ୍ଗପୁର ରୁ ସେଂସାଇ ସନ୍ଦୀପ କୁମାର ରାଉତ , ଆଦର୍ଶ କୁମାର ବେହେରା , ପି. ସହନ କୁମାର , ଆଶୁତୋଷ କୁମାର ବେହେରା , ଅଙ୍କିତ କୁମାର ନାୟକ , ସୌମ୍ୟ ରଞ୍ଜନ ସାନ୍ତା , ଶାହିଲ କୁମାର ପାତ୍ର , ମାଇନୋ ମାରାଣ୍ଡି , ଗୀତାଞ୍ଜଳି ନାୟକ , ଋତୁପର୍ଣ୍ଣା ପଣ୍ଡା , ଫୁଲମୋନି ମାରାଣ୍ଡି ଓ ପ୍ରଣବି ନାୟକ ବିଭିନ୍ନ କରାଟେ କାତା , କୁମିତେ ଓ କବୁଦ ଅସ୍ତ୍ର ଚାଳନା ଇଭେଣ୍ଟ ରେ ଭାଗ ନେଇ ସର୍ବମୋଟ ୨୦ ଟି ସ୍ବର୍ଣ୍ଣ , ୧୨ ଟି ରୋପ୍ୟ ଓ ୮ ଟି କାଂସ୍ୟ ପଦକ ସର୍ବମୋଟ ୪୦ ଟି ପଦକ ଜିତି ସମଗ୍ର ନବରଙ୍ଗପୁର ଜିଲ୍ଲା ଓ ଓଡ଼ିଶା ରାଜ୍ୟ ର ମାନସମ୍ମାନ ବୃଦ୍ଧି କରିଥିବା ବେଳେ ଜଗତସିଂହପୁର ୟୁଛି ରୀୟୋ କରାଟେ ସ୍କୁଲ ର ତଥା ଏହି ଓଡ଼ିଶା ଦଳ ର ଅନ୍ୟତମ ସଦସ୍ୟ ମାନେ ସେଂଶାଇ ସନାଖି ପ୍ରିୟଦର୍ଶିନୀ , ସମ୍ପାଇ ଆକାଂକ୍ଷା ପ୍ରିୟଦର୍ଶିନୀ , ଶୁଭ୍ରାଜୀତ ଜେନା , ସାୟଦ୍ ରିକ୍ସୱାନ , ଦେବୀ କୃପା ନାୟକ , ସାନଭି ଆଚାର୍ଯ୍ୟ , ସୁଭାଙ୍ଗି ଦାସ , ପ୍ରତ୍ୟୁଷ ରାଜ , ଋତୁରାଜ ମଲ୍ଲିକ , ଅଭିଷିକ୍ତତା ମହାନ୍ତି , ସ୍ମୃତିରଞ୍ଜନ ଜେନା , ଆରୀୟନ୍ ଦାସ ଓ ସାଇ ସ୍ବରାଜ ଉକ୍ତ ପ୍ରତିଯୋଗିତା ରେ ନବରଙ୍ଗପୁର କରାଟେ ଦଳ ସହ ମିଶି ଓଡ଼ିଶା ରାଜ୍ୟ କୁ ପ୍ରତିନିଧିତ୍ଵ କରି ବିଭିନ୍ନ କରାଟେ ଓ କୁବୁଡ ଅସ୍ତ୍ର ଚାଳନା ପ୍ରତିଯୋଗିତା ରେ ଭାଗ ନେଇ ସର୍ବମୋଟ ୧୭ ଟି ସ୍ବର୍ଣ୍ଣ , ୧୨ ଟି ରୋପ୍ୟ ଓ ୮ ଟି କାଂସ୍ୟ ପଦକ ସର୍ବ ମୋଟ ୩୭ ଟି ପଦକ ଜିତି ନିଜ ଜିଲ୍ଲା ଓ ଓଡ଼ିଶା ରାଜ୍ୟ ର ମାନସମ୍ମାନ ବୃଦ୍ଧି କରିପାରିଥିଲେ। ମିଳିତ ଭାବରେ ଏହି ଦୁଇ ଜିଲ୍ଲାର କରାଟେ କ୍ରୀଡାବିତ୍ ମାନେ ସର୍ବମୋଟ ୭୭ ଟି ପଦକ ଜିତି ଓଡ଼ିଶା ରାଜ୍ୟ ର ମାନସମ୍ମାନ ବୃଦ୍ଧି କରିବାରେ ସଫଳ ହୋଇପାରିଛନ୍ତି। ଉଭୟ ଜିଲ୍ଲା ର ଏହି କରାଟେ ପ୍ରତିଯୋଗୀ ମାନେ ଓଡ଼ିଶା ରାଜ୍ୟ ପ୍ରତିନିଧି ତଥା ଆନ୍ତର୍ଜାତୀୟ କରାଟେ ଓ କୋବୁଡ଼ ଅସ୍ତ୍ର ଶସ୍ତ୍ର ଚାଲାଣ ର ଖ୍ୟାତି ସଂପନ୍ନ ପ୍ରଶିକ୍ଷକ ସେନ୍ସାଇ ଶରତ କୁମାର ରାଉତ ଙ୍କ ପାଖରୁ ତାଲିମ ନେଇ ତାଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଉକ୍ତ ଚାମ୍ପିଅନସିପ ରେ ଭାଗ ନେଇ ଥିଲେ। ଟିମ୍ ମ୍ୟାନେଜର ଭାବରେ ଅଶୋକ କୁମାର ବେହେରା ଦଳ ର ଦାୟିତ୍ଵ ତୁଲାଇଥିଲେ । ଓଡ଼ିଶା ୟୁଚୀ ରିୟୁ କରାଟେ ଦଳ କୁ ଟ୍ରଫି ଓ ନଗଦ ଟ ୧୦ , ୦୦୦/- ଙ୍କା ସହିତ ଆନ୍ତର୍ଜାତୀୟ କରାଟେ ଓ କବୁଡ଼ ପ୍ରଶିକ୍ଷକ ତଥା ଭାରତ ମୁଖ୍ୟ କୋଚ୍ କେ.ଭି . ମନୋହରନ ଙ୍କ ଦ୍ୱାରା ପୁରସ୍କୃତ କରାଗଲା। ଉକ୍ତ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ କେରଳ ରାଜ୍ୟ ସରକାରଙ୍କର ମନ୍ତ୍ରୀ ରାମ ଚନ୍ଦ୍ର କାନଦାପଳି ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟ ରୁ ୫୫୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡ଼ିଶା କରାଟେ ଦଳ ର ବିପୁଳ ସଫଳତାକୁ ଅନୁଷ୍ଠାନ ର ପରାମର୍ଶଦାତା ତଥା ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ , ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ର , ଅଖିଳ ଭଟ , କ୍ରିକେଟ କୋଚ ଏମ . ବାଲା କ୍ରିଷ୍ଣା ରାଓ ସମେତ ଜିଲ୍ଲା ର କ୍ରୀଡାବିତ୍ ଓ କ୍ରୀଡ଼ାପ୍ରେମୀ ଓ ବୁଦ୍ଧି ଜିବି ମାନେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାହାଡାପଦା ଠାରେ ଦଶ ଦିବସିୟ ରାଜ୍ୟସ୍ତରୀୟ ବରୁଣ ଭୋଇ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ବୋବରିଆ ଠାରେ ମା ଲଙ୍କେଶ୍ୱରୀ ସପ୍ତମ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!