ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

 ମୟୂରଭଞ୍ଜ – ମସିହା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ‌ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ମହିଳା ସଶକ୍ତିକରଣ ସଚେତନା କାର୍ଯ୍ୟକ୍ରମ ଆଜି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଶ୍ରୀ କୁବେର ମହାନ୍ତି ସ୍ବାଗତ ସମ୍ବର୍ଦ୍ଧନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଵଜଜ ସ୍ମୃତିସ୍ନିଗ୍ଧା ଦାସ ମହିଳା ସଚେତନତା କାର୍ଯ୍ୟକ୍ରମର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମ , ‘ ଭରସା’ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ଅଧ୍ଯକ୍ଷ ଅତନୁ ମହାନ୍ତି ,ଜେଏମ୍ ଏଫସି ଅଭିଷେକ ପୃଥାଳ, ଏସଡିପିଓ ଗୋକୁଳାନନ୍ଦ ସାହୁ,ଆଡଭୋକେଟ ଗୌରୀ ଶଙ୍କର ଦତ୍ତ ପ୍ରମୁଖ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଲାଗିଥିବା ଉଦ୍ଦିଷ୍ଟ ସମସ୍ତ ଆଇନ ଉପରେ ଉପସ୍ଥିତ କଲେଜ ଅଧ୍ୟାପକ,ଅଧ୍ୟାପିକା, ଛାତ୍ରୀମାନଙ୍କୁ ଆଇନର ସମସ୍ତ ଦିଗ ଉପରେ ଅବଗତ କରାଯାଇଥିଲା।ଏହା ସହିତ ଲୋକମାନେ ଆଇନଗତ ସହାୟତା ପାଇପାରିବେ ଏବଂ ପୀଡ଼ିତା ମାନଙ୍କ ପାଇଁ ଉଦ୍ଦିଷ୍ଟ ସହାୟକ ରାଶି ପ୍ରଦାନ କରାଯାଉଥିବା ଆଦି ବିଷୟରେ ଆଲୋକପାତ କରିଥିଲେ ।ଏଥି ସାଧାରଣ ଜନତା କିଭଳି ମାଗଣା ଆଇନଗତ ସହାୟତା ପାଇପାରିବେ ଏବଂ ପିଡିତାମାନଙ୍କ ପାଇଁ ଥିବା ଉଦ୍ଦିଷ୍ଟ ସହାୟତା ରାଶି ପ୍ରଦାନ କରାଯାଉଥିବା ଆଦି ବିଷୟରେ ଅତିଥିଗଣ ଆଲୋକପାତ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରଜ ମହିଳାଙ୍କ ଆର୍ଥିକ ଓ ଶିକ୍ଷାଗତ ବୃଦ୍ଧି ପାଇଛି ହେଲେ ଆଇନଗତ ଶିକ୍ଷାରେ ବହୁତ ପଛରେ ଅଛନ୍ତି ।ଯାହା ଫଳରେ ସାମ୍ପ୍ରତିକ ପରିସ୍ଥିତିରେ ସେମାନଙ୍କ ଉପରେ ପାରିବାରିକ,ଘରୋଇ,ବୈବାହିକ,ଲିଭ୍ ଇନ୍ ରିଲେସନ , ଶିକ୍ଷାନୁଷ୍ଠାନ,ଘରୋଇ ଅନୁଷ୍ଠାନରେ କର୍ମକ୍ଷେତ୍ର ବିଭିନ୍ନ ସ୍ଥାନରେ ସମ୍ମୁଖୀନ ଅସୁବିଧାକୁ ମୁକାବିଲା କରିବାରେ ସଫଳ ହେଉନାହାନ୍ତି । ତେଣୁ କି ପୁରୁଷ କି ମହିଳା ଆଇନ ସଚେତନତା ଉପରେ ଅଳ୍ପେବହୁତେ ସଚେତନ ହେବା ଉଚିତ ।ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତିର ସଦସ୍ୟ ଲକ୍ଷ୍ମଣ ମାର୍ଣ୍ଡୀ, ବଟକୃଷ୍ଣ ମହାନ୍ତି, ତ୍ରିନାଥ ମହାନ୍ତି, ଜନାର୍ଦ୍ଦନ ରାମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଣ୍ଡିତ ଯୁଧିଷ୍ଠିର ପତିଙ୍କ ପରଲୋକ 

masiha

ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ ସମାରୋହ ଅନୁଷ୍ଠିତ

Sunil Chandra Nayak

କୋମନା ବ୍ଲକ ବିଜା ଖମନ ଜଙ୍ଗଳ ରେ  ଭାଲୁ ଆକ୍ରମଣ ରେ ୪ ଜଣ ବନ୍ କର୍ମଚାରୀ ଗୁରୁତର ଆହାତ, ଆହତ ଙ୍କୁ ନୂଆପଡ଼ା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!