ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ବିଭିନ୍ନ ଦାଵିନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

ମୟୂରଭଞ୍ଜ ୧୦/୩/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମିଳିତ ଶିକ୍ଷକ ମହାସଂଘ ତରଫରୁ ଵହୁ ସଂଖ୍ୟାରେ ଶିକ୍ଷକ/ଶିକ୍ଷୟତ୍ରୀ ଏକତ୍ର ହୋଇ ଡ୍ରେସ କୋଡ଼ ବର୍ଜନ ସହ କଳାବେଚ ଲଗାଇ ବିଭିନ୍ନ ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଦୁର୍ଗା ମଣ୍ଡପ ଛକରୁ ସହର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ଶିକ୍ଷକ ମାନେ ସେମାନଙ୍କ ଦାବିନେଇ ପ୍ଳାକାର୍ଡ ସହ ଦାବି ସପକ୍ଷରେ ସ୍ଲୋଗାନ ଦେଇ ସଚେତନ କରାଇଥିଲେ । ସେମାନଙ୍କର ମୁଖ୍ୟ ଦାବି ଚାକିରୀ କାଳ ୬ ବର୍ଷ ଗଣନା ସହ ୬ ଟି ଇନକ୍ରିମେଣ୍ଟ ପ୍ରଦାନ,ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ।ଏହି ଆନ୍ଦୋଳନରେ ନେତୃତ୍ବ ନେଇଥିଲେ ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ଅନିଲ ମହାନ୍ତ, ମନୋରଞ୍ଜନ ମଣ୍ଡଳ, ସୋମଲାଲ ମହାନ୍ତ, ଆଲୋକ ସିଂ,ଦେବବ୍ରତ ଗିରି,ଦୀପକ ଅଗ୍ରୱାଲ, ପ୍ରଶାନ୍ତ ଶତପଥୀ,ଆଶିଷ ମଣ୍ଡଳ, ଧନଞ୍ଜୟ ରାମ,ବିରେଶ ମହାନ୍ତ,ସାଗରିକା ପଣ୍ଡା,ମମତା ନାୟକ, ଉର୍ମିଳା ପାଣି ପ୍ରମୁଖ ସାମିଲ ହୋଇ ଶିକ୍ଷକ ମାନଙ୍କର ନାର୍ଯ୍ଯୋଚିତ ଦାବି ଉପରେ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ସରକାର ଯଦି ଏହି ଦାବିର ସମାଧାନ ନ କରନ୍ତି ତାହାହେଲେ ଶିକ୍ଷକ ସମାଜ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ଏବଂ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କହିଥିଲେ ।ପରେ ଏବିଇଓ ଶ୍ରୀ କାର୍ତ୍ତିକ କାରୁଆଙ୍କୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ

masiha

ଚେନ୍ନାଇରେ ଅଟକ ୬ ଦାଦନ ଶ୍ରମିକ ଉଦ୍ଧାର

Sunil Chandra Nayak

ତାଳୁକା ଲିଗାଲ ସାର୍ଭିସ କମିଟି ତରଫରୁ ଆଇନ ସଚେତନତା ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!