ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାବିତ୍ରୀବାଇ ମହିଳା ସଂଗଠନ ତରଫରୁ ମହିଳା ଅଧିକାର ସଚେତନତା ସଭା

ଭବାନୀପାଟଣା,୧୨/୦୩(ମନିସ)-ମହିଳାମାନେ ସଚେତନ ହେବା ଦ୍ବାରା ନିଜର ଅଧିକାରର ସୁରକ୍ଷା କରିପାରିବେ ! ଏଥିପାଇଁ ଶିକ୍ଷା ଓ ସଚେତନତା ଅତ୍ୟନ୍ତ ଜରୁରି ହୋଇଥିବାବେଳେ ଏସବୁର ସଠିକ୍ ଉପଯୋଗ ଦ୍ବାରା ସମ୍ବିଧାନ ଓ ସାମ୍ବିଧାନିକ ଅଧିକାର ଜାହିର କରାଯାଇପାରିବ ! ଏ ଦିଗରେ ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେ ଏକ ଅନନ୍ୟ ଉଦାହରଣ ବୋଲି ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଗଠନ ପକ୍ଷରୁ ଆଜି ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ମହିଳା ଅଧିକାର ସଚେତନତା ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଆଜିର କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌର ପରିଷଦର ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ୍ ଯୋଗ ଦେଇଥିଲେ ! ଏଥିରେ ସମ୍ମାନିତ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ର ସଭାପତି ଧନଞ୍ଜୟ ଦୀପ, ଭବାନୀପାଟଣା ସ୍ବଧାର ଗ୍ରୁହର ପରିଚାଳିକା ଜୟନ୍ତୀବାଳା ଦାସ, ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ଜୟନ୍ତୀବାଳା ନାଏକ, ଶିକ୍ଷୟିତ୍ରୀ ମିନତୀ ନାଏକ ପ୍ରମୁଖ ଯୋଗ ଦେଇ ମହିଳା ଅଧିକାର ଓ ସଚେତନତା ସଂପର୍କରେ ବକ୍ତବ୍ୟ ରଖିଥିଲେ ! ମାତା ସାବିତ୍ରୀବାଇ ଫୁଲେ ସଂଗଠନର ସଂଯୋଜିକା ତଥା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହିଳା ବିଭାଗ ମୁଖ୍ୟ ବିଜୟା ଲକ୍ଷ୍ମୀ ସ୍ବର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଶିଷ୍ଟ ନାରୀନେତ୍ରୀ ତଥା ସାବିତ୍ରୀ ବାଇ ଫୁଲେ ସଂଗଠନର ସଂଯୋଜିକା ରମଣୀ ଦୁରିଆ ସଭା ସଂଯୋଜନା କରିଥିଲେ ! ଏଇ ଅବସରରେ ସମାଜସେବୀ ତଥା ମାତା ସାବିତ୍ରୀ ବାଇ ଫୁଲେ ସଂଗଠନ ଏବଂ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରୀ ସଭାନେତ୍ରୀ ଏସ୍. ସୁଜାତା, ସାବିତ୍ରୀବାଇ ଫୁଲେ ସଂଗଠନର ସଦସ୍ୟା ଆରତୀ ନାଏକଙ୍କ ସମେତ ଅନ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଏଇ ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ପ୍ରତିନିଧି ଯୋଗ ଦେଇଥିଲେ !

ମସିହା ନିଉଜ ସର୍ଭିସ୍ 

Related posts

କଳାହାଣ୍ଡି ଜିଲ୍ଲା ଓ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ରେ ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପରୀ ଭାବେ ବିବେଚିତ। ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଙ୍କ ଦ୍ଵାରା ଆଜି ପୁରସ୍କୃତ….

ୱାରାଂଚିତି ଲିପି ପ୍ରବର୍ତ୍ତକ ଲାକୋ ବଦ୍ରାଙ୍କ ପୁଣ୍ୟ ତିଥି ପାଳିତ

Sunil Chandra Nayak

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

Sunil Chandra Nayak

Leave a Comment

error: Content is protected !!