ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାବିତ୍ରୀବାଇ ମହିଳା ସଂଗଠନ ତରଫରୁ ମହିଳା ଅଧିକାର ସଚେତନତା ସଭା

ଭବାନୀପାଟଣା,୧୨/୦୩(ମନିସ)-ମହିଳାମାନେ ସଚେତନ ହେବା ଦ୍ବାରା ନିଜର ଅଧିକାରର ସୁରକ୍ଷା କରିପାରିବେ ! ଏଥିପାଇଁ ଶିକ୍ଷା ଓ ସଚେତନତା ଅତ୍ୟନ୍ତ ଜରୁରି ହୋଇଥିବାବେଳେ ଏସବୁର ସଠିକ୍ ଉପଯୋଗ ଦ୍ବାରା ସମ୍ବିଧାନ ଓ ସାମ୍ବିଧାନିକ ଅଧିକାର ଜାହିର କରାଯାଇପାରିବ ! ଏ ଦିଗରେ ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେ ଏକ ଅନନ୍ୟ ଉଦାହରଣ ବୋଲି ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଗଠନ ପକ୍ଷରୁ ଆଜି ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ମହିଳା ଅଧିକାର ସଚେତନତା ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଆଜିର କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌର ପରିଷଦର ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ୍ ଯୋଗ ଦେଇଥିଲେ ! ଏଥିରେ ସମ୍ମାନିତ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ର ସଭାପତି ଧନଞ୍ଜୟ ଦୀପ, ଭବାନୀପାଟଣା ସ୍ବଧାର ଗ୍ରୁହର ପରିଚାଳିକା ଜୟନ୍ତୀବାଳା ଦାସ, ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ଜୟନ୍ତୀବାଳା ନାଏକ, ଶିକ୍ଷୟିତ୍ରୀ ମିନତୀ ନାଏକ ପ୍ରମୁଖ ଯୋଗ ଦେଇ ମହିଳା ଅଧିକାର ଓ ସଚେତନତା ସଂପର୍କରେ ବକ୍ତବ୍ୟ ରଖିଥିଲେ ! ମାତା ସାବିତ୍ରୀବାଇ ଫୁଲେ ସଂଗଠନର ସଂଯୋଜିକା ତଥା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହିଳା ବିଭାଗ ମୁଖ୍ୟ ବିଜୟା ଲକ୍ଷ୍ମୀ ସ୍ବର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଶିଷ୍ଟ ନାରୀନେତ୍ରୀ ତଥା ସାବିତ୍ରୀ ବାଇ ଫୁଲେ ସଂଗଠନର ସଂଯୋଜିକା ରମଣୀ ଦୁରିଆ ସଭା ସଂଯୋଜନା କରିଥିଲେ ! ଏଇ ଅବସରରେ ସମାଜସେବୀ ତଥା ମାତା ସାବିତ୍ରୀ ବାଇ ଫୁଲେ ସଂଗଠନ ଏବଂ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରୀ ସଭାନେତ୍ରୀ ଏସ୍. ସୁଜାତା, ସାବିତ୍ରୀବାଇ ଫୁଲେ ସଂଗଠନର ସଦସ୍ୟା ଆରତୀ ନାଏକଙ୍କ ସମେତ ଅନ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଏଇ ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ପ୍ରତିନିଧି ଯୋଗ ଦେଇଥିଲେ !

ମସିହା ନିଉଜ ସର୍ଭିସ୍ 

Related posts

ଆଦିବାସୀ ମାନ୍ୟତା ଦାବିରେ କୁଡୁମି ସେନାର ୬ ଘଣ୍ଟିଆ ବନ୍ଦ ସଫଳ

Sunil Chandra Nayak

ଶିଶୁ ଓ ମହିଳା ଚାଲାଣ ରୋକିବା ଉପରେ ସଚେତନତା ଅଭିଯାନ

masiha

ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି ଓ ଅର୍ଥନୈତିକ ବିକାଶ ର ଅଭିବୃଦ୍ଧି ଲକ୍ଷ ନେଇ  ଧର୍ମଗଡ ଠାରେ ଆଭାସି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ ସୁଧ ଫେରସ୍ତ

masiha

Leave a Comment

error: Content is protected !!