ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଂକୁଳ ରାସ୍ତାରେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

କାମାକ୍ଷାନଗର (ମ ନି ସ)୧୧/୦୩_କାମାକ୍ଷା ନଗର ଉପଖଣ୍ଡ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ସବୁ ବ୍ୟବସ୍ଥା ଥାଇ ମଧ୍ୟ ପରିଚାଳନା ତ୍ରୁଟି ଯୋଗୁ ସୁବିଧାରେ ବଂଚିତ ରୋଗୀ l ସେହିପରି ଗୋଷ୍ଠୀକେନ୍ଦ୍ର ର ଆଉଟ ଡୋର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଏକ ବର୍ଷ ପୂର୍ବେ ତିଆରି ହୋଇଥିବା ଡ୍ରେନ , ନିମ୍ନ ମାନର କାର୍ଯ୍ୟ ପାଇଁ ସ୍ଲାପ ଆପେ ଆପେ ଗଳି ପଡୁଛି l ଅନେକ ସମୟରେ ରୋଗୀ ଙ୍କ ସମ୍ପର୍କୀୟ ଦୁର୍ଘଟଣା ରେ ପଡିଛନ୍ତି l ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ଫୋନ ରିସିଭ କରୁଣାନାହାନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କତୃପକ୍ଷ ମଧ୍ୟ ସବୁ ଜାଣି ଚୁପ ରହୁଛନ୍ତି l ଚଳିତ କିଛି ଦିନ ପୂର୍ବେ ଛୋଟ ପିଲାଙ୍କ ପାର୍କ କୁ ଲାଗି ଏକ ଡ୍ରେନ ନିର୍ମାଣ ହୋଇଛି, ତାହା ମଧ୍ୟ ମୁକୁଳା ପଡିଛି l ଏସବୁ ମନମୁଖୀ କାର୍ଯ୍ୟ କାମାକ୍ଷା ନଗର ପ୍ରଶାସନ କାହିଁକି ନିରବ ????

ସ୍ୱାସ୍ଥ୍ୟ କେନ୍ଦ୍ର ର ଏକ ମାତ୍ର ରାସ୍ତା ଦେଇ ସରକାରୀ ଅଧିକାରୀ ମାନେ ଆସିଥିଲେ ମଧ୍ୟ, କିପରି ଅଣଦେଖା କରୁଛନ୍ତି l ଏଠି ସାଧାରଣ ପ୍ରଶ୍ନ ଯେ ଅଁଳାବେରେଣୀ ସ୍ୱାସ୍ଥ୍ୟ କେନ୍ଦ୍ର ମରଣାଯନ୍ତା ନୁହେଁ ତ???

ସ୍ୱଚ୍ଛତା କହିଲେ କାୟାକଳ୍ପ ପୁରସ୍କାର କୁ ମଧ୍ୟ ଆଖିଠାର l ସରକାର ଙ୍କ କଡା ନିର୍ଦ୍ଧେଶ ସତ୍ୱେ ଗୁଟଖା ଓ ପାନାଛେପ ର ଚିତ୍ର ଦେଖିଲେ ଲାଗେଏହା କାୟା କଳ୍ପ ର ନମୁନା l ନିମ୍ନ ମାନର କାର୍ଯ୍ୟ ପାଇଁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବେଲଘର ବନାଞ୍ଚଳ ରେ ପୁଣି ହାତୀ ଆତଙ୍କ : ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି 

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲା ମହିଳା ପତାଞ୍ଜଳି ଯୋଗ ସମିତିର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ

Sunil Chandra Nayak

ନାରୀ ସଶକ୍ତିକରଣ ଉପରେ ତାଳୁକ ଆଇନ ସେବା ସମିତି ର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!