ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଆସନ୍ତା ୧୬ ରେ…

ରାଉରକେଲା/ ସଚେତନ ନାଗରିକ ମଞ୍ଚ, ରାଉରକେଲାର ନବମ ବାର୍ଷିକୋତ୍ସବ ରେ ଆସନ୍ତା ମାର୍ଚ୍ଚ ୧୬ ତାରିଖ ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ସେକ୍ଟର ୧୯ ସିଭିକ ସେଣ୍ଟର୍ ଠାରେ ‘ଆମ ଜିଲ୍ଲାର ବିକାଶରେ ବାଧକ: ସମସ୍ୟା ଓ ସମାଧାନ ‘ ସମ୍ପର୍କରେ ଏକ ଆଲୋଚନାଚକ୍ର ଆୟୋଜନ କରିଅଛି । ଏହି ଆଲୋଚନାଚକ୍ରରେ ଉଦଘାଟକ ଭାବେ ରାଜ୍ୟ ସରକାରଙ୍କ ପ୍ରାକ୍ତନ ପଞ୍ଚାୟତିରାଜ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଦାମୋଦର ରାଉତ, ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡେଇ, ସ୍ମରଣିକା ଉଦଘାଟକ ଭାବେ ପ୍ରାକ୍ତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଓ ମୁଖ୍ୟବକ୍ତା ଭାବେ ସମ୍ବାଦ ର ମୁଖ୍ୟ ସଂପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ଯରଂଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଉଛନ୍ତି।   ଏଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ମଂଚର ସାଧାରଣ ସଂପାଦକ ପି ପି ରାୟ ଅନୁରୋଧ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜେ.ଏମ୍.ଏଫ୍.ସି କୋର୍ଟ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତରବୋଡ଼ ବଜାରରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ; ୬୬ ହଜାର ଟଙ୍କା ଜରିମାନା, ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅବୈଧ ମଦ ଓ ୫୨ କିଲୋ ନିଷିଦ୍ଧ ପ୍ଲାଷ୍ଟିକ୍‌ ଜବତ

Sunil Chandra Nayak

ଦୋକାନ ପୋଡି ଲକ୍ଷ୍ୟ ଧିକ ସମ୍ପତି ନଷ୍ଟ

Sunil Chandra Nayak

Leave a Comment

error: Content is protected !!