ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ଓକିଲ ସଂଘର ସମ୍ମିଳନୀ

ଭବାନୀପାଟଣା:୧୨/୩- (ମନିସ):- ଆଜି ଯଥା ମାର୍ଚ୍ଚ ତା ୧୧/୩/୨୦୨୩ ରିଖ ଶନିବାର ଦିନ କଳାହାଣ୍ଡି ଏବଂ ନୂଆପଡାର ସମସ୍ତ ଓକିଲ ସଂଘକୁ ନେଇ ଏକ ଓକିଲ ସମ୍ମିଳନୀ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାର ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ଓକିଲ ମାନଙ୍କ ଓକିଲ ସଂଘ ମାନଙ୍କ ସମସ୍ୟା ଓ ଓକିଲ ମାନଙ୍କ ଏକତା ଉପରେ ବିଚାର ବିମର୍ଷ ହୋଇଥିଲା। ଏଥିରେ ସମସ୍ତ ସଂଘର ସଭାପତି ମାନେ ଏବଂ ବରିଷ୍ଠ ଓକିଲ ମାନେ ନିଜନିଜ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ କଳାହାଣ୍ଡି ଓ ନୂଆପଡାର ସମସ୍ତ ଓକିଲ ସଂଘର ଦୁଇ ଜଣ ଜ୍ଯେଷ୍ଠ ଓକିଲ ଙ୍କୁ ସମ୍ମାନିତ କରାଯାଇଥିଲା।

        ଉକ୍ତ ସମ୍ମିଳନୀ କଳାହାଣ୍ଡି ଓକିଲ ସଂଘ ତରଫରୁ ସମ୍ପାଦନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଓକିଲ ସଂଘର ଉପ ସଭାପତି ନିମାଞ୍ଚଳ ନାଏକଙ୍କୁ ସଂଯୋଜକ ହିସାବରେ ଦାୟିତ୍ୱ ନେଇଥିଲେ। ଉକ୍ତ ଓକିଲ ସମ୍ମିଳନୀରେ ସମ୍ମାନିତ ହୋଇଥିବା ଓକିଲ ମାନେ ହେଲେ ଶ୍ରୀଯୁକ୍ତ ଜଗନ୍ନାଥ ମୁଣ୍ଡ, , ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ପଟ୍ଟନାୟକ, ଶ୍ରୀଯୁକ୍ତ ସେତରାମ ଦେବାଙ୍ଗନ,ଶ୍ରୀଯୁକ୍ତ ମୂରଳୀଧର ପଣ୍ତା, ଶ୍ରୀ ଭବାନୀଚରଣ ଦାସ,ଶ୍ରୀଯୁକ୍ତ ସୁମନ୍ତ କୁମାର ପଣ୍ତା, ଶ୍ରୀଯୁକ୍ତ ଅସିତ ଚନ୍ଦ୍ର ମହାପାତ୍ର,ଶ୍ରୀଯୁକ୍ତ ରାମକିଙ୍କର ସିଂ ଦେଓ,ଶ୍ରୀଯୁକ୍ତ ବିଶ୍ବମ୍ଵର ମହାନ୍ତି, ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ,ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପଣ୍ତା, ଶ୍ରୀଯୁକ୍ତ ମଦନ ମୋହନ ସାହୁ, ଧବଳେଶ୍ବର ମହଲା,ଚିତ୍ତରଞ୍ଜନ ଭୋଇ,କୁବେର ସାହୁ, ଓମ୍ ପ୍ରକାଶ ଅଗ୍ରଓ୍ବାଲ, ମଦନ ମୋହନ ପଣ୍ତା,ଗୋକୁଳ ଚନ୍ଦ୍ର ପାଢ଼ୀ।

       ଏହି ସମ୍ମିଳନୀରେ କଳାହାଣ୍ଡି ଓକିଲ ସଂଘର ସଭାପତି ସୁବ୍ରତ ବହିଦାର,ନୂଆପଡା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ,ସଭାପତି ଖରିଆର ଦିନେଶ୍ ତିଓ୍ବାରୀ, ସଭାପତି ଧର୍ମଗଡ ଧିରେନ୍ଦ୍ର କୁମାର ପାତ୍ର, ସଭାପତି ଜୁନାଗଡ ବିପିନ୍ କୁମାର ସାହୁ, କେସିଙ୍ଗା ସଭାପତି ପ୍ରକାଶ କୁମାର ଦାସ, ନର୍ଲା ସଭାପତି ଚନ୍ଦ୍ର କୁମାର ଚାନ୍ଦ, ମ.ରାମପୁର ସଭାପତି ଜୟ କୁମାର ସିଂଦେଓ, ଜୟପାଟଣା ସଭାପତି ପଦ୍ମ ନାଏକ, ଥୁଆମୁଳ ରାମପୁର ସଭାପତି ସୁଶୀଲ କୁମାର ରାଉତ୍, କୋକସରା ସଭାପତି ରସିକ ଦୁର୍ଗା ଏବଂ ସିନାପାଲି ସଭାପତି ଏସ,ଏନ୍ ମେହେର ପ୍ରମୁଖ ଉପସ୍ଥିତ ହୋଇଥିଲେ। ଶେଷରେ ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର କୁମାର ମହାନ୍ତି ଧନ୍ଯବାଦ ଭାଷଣ ସହ ସଭା ଭଙ୍ଗ କରିଥିଲେ। ଏହି ସମ୍ମିଳନୀକୁ ସହଯୋଗ କରିଥିବା ଓକିଲ ମାନେ ହେଲେ ସୁଧାଂଶୁ ଶେଖର ଦେଓ, ରସିକ ମୋହନ ଦାସ,କ୍ରିଷ୍ଣାବତାର ଦେଓ, ଦୈତାରୀ ପ୍ରଧାନ, ସତ୍ଯନାରାୟଣ ପଣ୍ତା, ରୂପେଶ୍ ଦାସ, ଶିବାନନ୍ଦ ରଥ (ବାପି), କମଲ ଲୋଚନ ସତପଥୀ, ସ୍ବାଗତ ହୋତା, ଅଶୋକ ପଟ୍ଟନାୟକ, ଜିତେନ୍ଦ୍ର ଠାକୁର, ହେମନ୍ତ ଛତ୍ରୀଆ, ନିହାର ମିଶ୍ର, ଲୁଆ ସଲମା, ଗୀତା ହିଆଲ, ଜ୍ଯୋତ୍ସା ମିଶ୍ର, ନିବେଦିତା ମିଶ୍ର, ଦୀପ୍ତିରାଣୀ ପଟ୍ଟନାୟକ,ବଳବୀର କୌର, ପ୍ରତିମା ନାଏକ, ଆଶା ମିଶ୍ର, ଏମଡି ଖଲିଲ,ଦେବେନ୍ଦ୍ର ମହାନ୍ତି, ସୁଶାନ୍ତ ମୁଣ୍ଡ,ଭବାନୀ ମିଶ୍ର, ପ୍ରଶାନ୍ତ ଭୋଇ, ରାଜକୁମଲ ଆଚାର୍ଯ୍ୟ, ଦିଲ୍ଲୀପ ସା, ପ୍ରକାଶ ସାହୁ,ଜବନ୍ତ ନାଏକ, ପ୍ରଶାନ୍ତ ବାରିକ, ମନୋଜ ତାଣ୍ତି,ଭବେନ୍ଦ୍ର ପଣ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ପାଣ୍ଡରା ମାଲି ସମାଜ  ପାଳନ କଲା  ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

Sunil Chandra Nayak

ଉପନ୍ୟାସ ” ଅନ୍ତିମ ପରୀକ୍ଷା” ଓ ” ମମତା ” ପାଇଁ ଔପନ୍ୟାସିକ ଭାଗିରଥି ଗିରିଙ୍କୁ ସାରସ୍ବତ ସମ୍ମାନ 

masiha

ନବରଙ୍ଗପୁର ରେ ଅନ୍ତର୍ଜାତୀୟ କିନ୍ନର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!