ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ଓ ଛାତ୍ର ସମ୍ମୀଳନୀ

ନବରଙ୍ଗପୁର -(ମସିହା) ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଷାଗୁମୁଡା ଓ ଡାବୁଗାଁ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ଯୁବ ଓ ଛାତ୍ର ସମ୍ମିଳନୀ ନବରଙ୍ଗପୁର ଠାରେ ମାନ୍ୟବର ଡାବୁଗାଁ ବିଧାୟକ ଙ୍କର ଆବାସିକ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅଧକ୍ଷ ଜିଲ୍ଲା ଯୋଜନା କମିଟି ତଥା ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ ଉପସ୍ଥିତ ରହି ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରିବା ସହ ଦଳର ଆଦର୍ଶ ଓ ଜନହିତକର ଯୋଜନା ସଫଳ ରୂପାୟନ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ରାଜ୍ୟସଭା ସାସଂଦ ପ୍ରତିନିଧି ବଦ୍ରିନାରାୟଣ ସିଂ,ବିଜୁ ଜନତା ଦଳ ଜିଲ୍ଲା ଯୁବ ସଭାପତି ଶ୍ରୀ ଶିବାନନ୍ଦ ବିଷୋୟୀ, ଜିଲ୍ଲା ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ବିଦ୍ୟାଧର ମଲ୍ଲିକ, ସୁସାର ସାମଲ , T.ଯୁଗୃନୁ,ଶିବୁ ହରିଜନ, ରାଜେନ୍ଦ୍ର କଚିମ ଙ୍କ ସହ ବହୁ ଯୁବ ଓ ଛାତ୍ର ଜନତା ଦଳର ନେତା ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବିଜୁ ଶ୍ରମିକ ବନ୍ଧୁ ସମ୍ମାନର ନାମ ପରିବର୍ତ୍ତନ ପ୍ରସଙ୍ଗ ବିଜୁ ବାବୁଙ୍କୁ ବାରମ୍ବାର ଅସମ୍ମାନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

ମା’ ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ଲୋକଙ୍କ କାମ କରିବ: ନବୀନ ପଟ୍ଟନାୟକ

Sunil Chandra Nayak

ଘଣ୍ଟାପଡ଼ା ରେ ଫୁଲବାଣୀ ଲୋକସଭା ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ପାଇଁ ଭୋଟ ପ୍ରଚାର କଲେ ରାଜ୍ୟସଭା ସାଂସଦ 

masiha

Leave a Comment

error: Content is protected !!