ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ

ରାୟଗଡ: ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ରାୟଗଡ ଜିଲ୍ଲା ନିକଟ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତିରେ ଅବସ୍ଥିତ ତେଣୁ ଏଠାରେ ଆନ୍ଧ୍ରର ତେଲୁଗୁ ଭାଷାର ବ୍ୟବହାର ବହୁଳ ଭାବରେ ଦେଖିବାକୁ ମିଳିଥାଏ । ଜିଲ୍ଲାର ବିଭିନ୍ନ ବେସରକାରୀ ପ୍ରତିଷ୍ଠାନ ଓ ବାଣିଜ୍ୟକ ସ୍ଥଳ ମାନଙ୍କରେ ଥିବା ଫଳକରେ ବିଭିନ୍ନ ଭାଷା ଲେଖା ହୋଇଥାଏ ସତ କିନ୍ତୁ ଓଡ଼ିଆ ଭାଷାକୁ ଉକ୍ତ ଫଳକରେ ଅତି କଦର୍ଯ୍ୟ ଭାବରେ ଲେଖା ଥିବା ଦେଖିବାକୁ ମିଳିଥାଏ ଯାହା ଓଡ଼ିଆଙ୍କ ପାଇଁ ଅତି ଦୁଃଖ ଓ ପରିତାପର ବିଷୟ । ଏହାଛଡା ରାୟଗଡ଼ ଜିଲ୍ଲାର ନାମକୁ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ରାୟଗଡ଼ା ଭାବରେ ଲେଖା ଯାଇଛି କିନ୍ତୁ ପ୍ରକୃତରେ ରାୟଗଡ ଲେଖିବା ବଦଳରେ ଅପଭ୍ରଂଶ ହୋଇ ରାୟଗଡ଼ା ହୋଇଯାଇଛି । ତେଣୁ ରାୟଗଡ଼ା ବଦଳରେ ରାୟଗଡ ଭାବେ ସଂଶୋଧନ କରିବା ନେ଼ଇ ଉକ୍ତ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଆସନ୍ତା ଏପ୍ରିଲ ମାସରେ ଓଡ଼ିଆ ନବବର୍ଷ ଉପଲକ୍ଷେ ରାୟଗଡ ଜିଲ୍ଲାରେ ଥିବା ସିନେମା ହଲ ମାନଙ୍କରେ ଓଡ଼ିଆ ସିନେମାର ପ୍ରସାର କରିବା ନେଇ ସମସ୍ତ ସିନେମା ହଲ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଉକ୍ତ ଦାବୀପତ୍ରରେ ଅନୁରୋଧ କରାଯାଇଛି । ଉକ୍ତ ଦାବୀପତ୍ରକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କୁ ପ୍ରଦାନ କରିଥଲେ । ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ବରେ ଉପ ସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା ସରୋଜ କୁମାର ସାହୁ ଓ ସଭ୍ୟ ଜିତେନ୍ଦ୍ର ପାଢ଼ୀ ପ୍ରମୁଖ ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫ ଅନୁଷ୍ଠିତ  ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ

masiha

ଦ ହ୍ୟୁମାନିଟୀ ଫାଉଣ୍ଡେସନ ପାଳନ କଲେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

Sunil Chandra Nayak

ମଠକରଗୋଳ ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳିତ  

Sunil Chandra Nayak

Leave a Comment

error: Content is protected !!