ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେଏମଏମ ର ଅସନା ପଞ୍ଚାୟତ କୋମିଟୀ ଗଠିତ

 ମୟୂରଭଞ୍ଜ:- ୧୩/୦୩/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଅସନା ଗ୍ରାମପଞ୍ଚାୟତ ଟାଙ୍ଗରଯୋଡା ହାଟ ପଡିଆ ପରିସରରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଦଳର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାରାମ ଟୁଡୁଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଜେଏମଏମ ଦଳର ଅସନା ପଞ୍ଚାୟତ ସମିତି ପୁନର୍ଗଠନ କରାଯାଇଛି।

     ବୈଠକରେ ଉପସ୍ଥିତ ଦଳୀୟ ସଦସ୍ୟ ଓ ସମର୍ଥକ ମାନଙ୍କୁ ନେଇ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଆଭିମୁଖ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହିତ ଅସନା ପଞ୍ଚାୟତ କୋମିଟୀ ର ସଦସ୍ୟ ଚୟନ କରାଯାଇ କୋମିଟୀ ପୁନର୍ଗଠନ କରାଯାଇଥିଲା। ସଭାପତି ଭାବେ ଜିତରାୟ ସୋରେନ’ଙ୍କୁ ଚୟନ କରାଯାଇଥିବାବେଳେ ଧନୁ ବାସ୍କେ (ଉପ ସଭାପତି), ରାମରାଇ ସୋରେନ (ସଂପାଦକ), ରାମରାୟ ମାର୍ଣ୍ଡି (ସହ ସଂପାଦକ) ଓ କୋଷାଧ୍ୟକ୍ଷ ଭାବେ ବାଜ ବାସ୍କେ’ଙ୍କୁ ସର୍ବ ସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା। ଶେଷରେ ଜେଏମଏମ ବହଳଦା ବ୍ଲକ ସଂପାଦକ ଗୋବିନ୍ଦ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

masiha

ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

୧- ରାଇଘର ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର, ୨- ଭାରୀରୁ ଅତିଭାରୀ ବର୍ଷା ଓ ବଜ୍ରପାତ ଆଶଙ୍କା: ୨୪ ଅଗଷ୍ଟରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ , ୩- ନବରଂଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ପାଇଁ ପ୍ରସ୍ତୁତି 

Sunil Chandra Nayak

Leave a Comment

error: Content is protected !!