ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ହସ୍ତବାହିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହସ୍ତବାହିନୀ ଚମ୍ପିୟାନ

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ହସ୍ତବାହିନୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫକିରପଡା କୁ ହରାଇ ହସ୍ତବାହିନି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଟସରେ ହାରି ପ୍ରଥମେ ବ୍ୟାଟିଂ କରି ଫକିରପଡା ନିର୍ଦ୍ଧାରିତ ଓଭରରେ ୪ ୱିକେଟ ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟୁଟୁ ସର୍ବାଧିକ ୪୭ ରନ ସଂଗ୍ରହ କରିଥିଲେ। ଜବାବରେ ହସ୍ତବାହିନି ୧୦୪ ରନର ପିଛା କରି ଚିତ୍ତରଞ୍ଜନଙ୍କ ଅପରାଜିତା ୧୯ବଳରେ ୫୧ରନ ବଳରେ ୩ୱିକେଟ ହରାଇ ୧୦୬ରନ ସଂଗ୍ରହ କରି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ହସ୍ତିବାହିନୀ କ୍ଲବ ସଭାପତି ରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କଟକ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ନଗଦ ଦଶ ହଜାର ଟଙ୍କା ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତାପସ ରାଉତରାୟ ଯୋଗଦେଇ ରନରସଅପ୍ ଦଳକୁ ଟ୍ରଫି ସହ ନଗଦ ଛ ହଜାର ଟଙ୍କା ଅର୍ଥ ରାଶିରେ ପୁରସ୍କୃତ କରିଥିଲେ। ତତ୍ ସହିତ ଅନ୍ୟତମ ଅତିଥି ଭାବରେ ମାନସ ରଣା , ଅକ୍ଷୟ ସିଂହ ଓ କସର୍ ମହମ୍ମଦ ଲାଦେନ୍ ପ୍ରମୁଖ ଯୋଗ ଦେଇଥିଲେ। ହସ୍ତବାହିନୀ ଦଳର ଚିତ୍ତରଞ୍ଜନ ରାଉତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଟ୍ରଫି ସହ ନଗଦ ଅର୍ଥ ରାଶିରେ ପୁରସ୍କୃତ ହୋଇଥିଲେ। ଖେଳକୁ ଅମିୟ ନାୟକ ଓ ସ୍ମୃତି ରଞ୍ଜନ ରାଉତ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଶିବ ପ୍ରସାଦ ସିଂହ ଓ ଦିନେଶ କୁମାର ରଣା ଦାୟିତ୍ବରେ ଥିଲେ। ଏହି ଖେଳକୁ ହସ୍ତବାହିନୀ କ୍ଳବର ରମେଶ ସାହୁ , ଆଲୋକ ଲାଲ , ମୁନା ସିଂହ , ମଙ୍ଗୁ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ 

masiha

ନୂଆ – ଓ ଖେଳ ପ୍ରତିଯୋଗିତା ଉଦଘାଟିତ

masiha

୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!