ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ତରଫରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ତରଫରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଖଡ଼ିଆଳ ଠାରେ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ସେମାନଙ୍କ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।ଆଜି ଖଡ଼ିଆଳ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଶତାଧିକ ଡ୍ରାଇଭର ଏକ ବିରାଟ ରେଲି କରି ଖଡ଼ିଆଳ ନୂଆପଡା ୩୫୩ ଜାତୀୟ ରାଜପଥ ର ବଡ଼ ପୋଲ ଛକ ଠାରେ ସମବେତ ହୋଇଥିଲେ।ରାସ୍ତା ଉପରେ ବସିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।ଜୀବନ ବ୍ୟାପି ଲୋକଙ୍କ ସେବା କରୁଥିବା ସ୍ଥଳେ ସରକାର ସେମାନଙ୍କୁ ଅଣଦେଖା କରାଯାଇଛି।ମୃତ୍ୟୁ ପରେ କୋଡିଏ ଲକ୍ଷ ଟଙ୍କା ସହଯୋଗ, ୫୫ ବର୍ଷ ପରେ ପାଞ୍ଚ ହଜାର ଟଙ୍କା ପେନସନ ପ୍ରଦାନ,ରହଣୀସ୍ଥଳ ବ୍ୟବସ୍ଥା, ସୁରକ୍ଷା ପ୍ରଦାନ ଆଦି ଦାବି ପୂରଣ ନହେଲେ ଆଗାମୀ ଦିନରେ ପରିବାର ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ କହିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସହରରେ ବ୍ୟାପକ ଝାଡ଼ାବାନ୍ତି ଓ ମୃତ୍ୟୁ ନେଇ ସି ପି ଆଇ ଏମ୍ ଉଦବେଗ, ପ୍ରତିକାର ପାଇଁ ପ୍ରଶାସନ ନିକଟରେ ଦାବି

masiha

ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ: କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି 

Sunil Chandra Nayak

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ

masiha

Leave a Comment

error: Content is protected !!