ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀଙ୍କ ସହିତ ବାଣପୁର ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ଆସି ପଡିଆ ମଧ୍ୟରୁ ସ୍ତ୍ରୀ ଫେରାର !!!

ବାଣପୁର:- ସ୍ବାମୀଙ୍କ ସହିତ ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ଆସି ପଡିଆ ମଧ୍ୟରୁ ସ୍ତ୍ରୀ ଫେରାର ହୋଇଥିବା ଜଣା ପଡ଼ିଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଣପୁର ଅଞ୍ଚଳରେ। ଏନେଇ ଫେରାର ଥିବା ସ୍ତ୍ରୀଙ୍କ ସ୍ବାମୀ ଗଣ ମାଧ୍ୟମକୁ ଜଣେଇଛନ୍ତି l ତାଙ୍କ ସ୍ବାମୀଙ୍କ କହିବା ମୁତାବକ ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ଗ୍ରାମ ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର ଶିବରାମ ନାୟକ ଅଢେଇ ବର୍ଷ ହେଲା କୋଦଳା ଅଞ୍ଚଳର ପ୍ରିୟଙ୍କା ନାୟକ(୧୯) ଙ୍କୁ ପ୍ରେମ ବିବାହ କରିଥିଲେ। ଦୁଇଦିନ ଧରି ବାଣପୁର ପଞ୍ଚୁଦୋଳ ଯାତ୍ରା ଚାଲିଥିଲା। ସୋମବାର ଦିନ ମେଳଣ ଯାତ୍ରା ଅନୁଷ୍ଠିତ ହୋଇଥିଲା ଏହି ଯାତ୍ରାକୁ ଦେଖିବା ପାଇଁ ଉଭୟ ସ୍ବାମୀ ସ୍ତ୍ରୀ ପଲଟଣ ପଡିଆକୁ ବୁଲିବାକୁ ଆସିଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ବୁଲାବୁଲି କରିବା ସହିତ ଏକ ଆଖୁରସ ଦୋକାନରୁ ଆଖୁରସ ପିଉଥିବା ସମୟରେ ସ୍ତ୍ରୀ ପ୍ରିୟଙ୍କା କୁଆଡେ ପଳେଇ ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ସ୍ବାମୀ ଶିବରାମ ବହୁରାତ୍ର ପର୍ଯ୍ୟନ୍ତ ଜନଗହଳି ଭିତରେ ଖୋଜାଖୋଜି କରିଥିଲେ କିନ୍ତୁ ସ୍ତ୍ରୀଙ୍କୁ ପାଇ ନଥିଲେ। ଏନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ଘରକୁ ନିରାଶ ହୋଇ ଫେରିଥିଲେ। ଘରକୁ ଯାଇ ଦେଖନ୍ତି ତ ଦେଢ଼ ତୋଳା ସୁନା ହାର, ଦୁଇଟି ମୋବାଇଲ ଫୋନ୍, ସାତଟି ସୁନା ମୁଦି ସହିତ ୨୦ ହଜାର ଟଙ୍କା ନେଇ ତାଙ୍କ ସ୍ତ୍ରୀ କୁଆଡେ ଫେରାର ହୋଇଯାଇ ଥିବାର ସ୍ବାମୀ ଜାଣିବାକୁ ପାଇଥିଲେ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମହୀହା ନିୟୁଜ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ୩୩୪୧ ହିତାଧିକାରୀ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଗୃହ : କିନ୍ତୁ ରାଜ୍ୟ ସରକାର ଦେଉଥିବା ଅର୍ଥ ପାଇବା ସନ୍ଦେହ 

Sunil Chandra Nayak

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ରଜ ଉତ୍ସବ ପାଳନ

Sunil Chandra Nayak

ବାଲିପଡା ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!