ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫଶୀ ରହିଥିଲେ : ଥାନା ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ 

ବାଲିଗୁଡ଼ା,15/03.(ମନିସ): ସାରା ରାଜ୍ୟରେ ଡ୍ରାଇଭର ମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ଯ ଦେଖିବାକୁ ମିଳିଛି। ଏ ନେଇ ବାଲିଗୁଡ଼ା ଠାରେ ଡ଼୍ରାଇଭର ମାନେ ଏକତ୍ରିତ ହୋଇ ଗାନ୍ଧୀ ଛକ ଠାରେ ଧାରଣା ଦେଇଛନ୍ତି। ଏଠାରୁ ଜିଲ୍ଲା ଓ ଜିଲ୍ଲା ବାହରକୁ ଯଥା କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବୌଦ , ରାୟଗଡ଼ା,କଳାହାଣ୍ଡି ଭଳି ବିଭିନ୍ନ ଅଞ୍ଚଳ କୁ ବେସରକାରୀ ବସ ଚଳାଚଳ ନ କରି ବସଷ୍ଟାଣ୍ଡ ରେ ଅଟକି ସେଥିରେ ମଧ୍ୟ ଏକ ତୀର୍ଥଯାତ୍ରୀ ବସ ମଧ୍ୟ ଅଟକି ରହିଥିଲା । ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ହଇରାଣ ହେଉଛନ୍ତି ତୀର୍ଥଯାତ୍ରୀ । ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧା ରାସ୍ତାରେ ଛାଡି ଦେଲା ବସ୍ ଡ୍ରାଇଭର । ବାଲିଗୁଡା ବସଷ୍ଟାଣ୍ଡରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ୪୦ ତୀର୍ଥଯାତ୍ରୀ ଫସି ରହିଛନ୍ତି । ଗତ ୧ ତାରିଖରୁ ଉତ୍ତର ଭାରତ ଭ୍ରମଣରେ ଯାଇଥିଲେ ତୀର୍ଥଯାତ୍ରୀ । ବୁଧବାର ସକାଳେ ଆସି ବାଲିଗୁଡ଼ାରେ ପହଞ୍ଚିଥିଲେ । ହେଲେ ବସ୍ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧାରେ ଛାଡି ଦେଇଥିଲା । ଏଥିରେ ଅନେକ ବୟସ୍କ ଲୋକ, ଛୋଟ ପିଲା ଓ ରୋଗୀ ରହିଛନ୍ତି । ଏବେ ଡ୍ରାଇଭର ସେମାନଙ୍କୁ ନେଉନାହିଁ । ଅନ୍ୟ ବସ୍ ଡ୍ରାଇଭର ମଧ୍ୟ ଅନ୍ଦୋଳନରେ ସାମିଲ ହୋଇଛନ୍ତି । ଏହାରି ଭିତରେ ସେମାନେ କେମିତି ଗନ୍ତବ୍ୟ ସ୍ଥଳ ତଥା ନିଜ ନିଜ ଘରେ କିପରି ପହଞ୍ଚିବେ ସେ ନେଇ ଚିନ୍ତାରେ ରହିଥିଲେ । ସରକାର ଓ ପ୍ରଶାସନ କୁ ନିବେଦନ କରିବା ପରେ ଏଥିରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ହସ୍ତକ୍ଷେପ କରି ତିର୍ଥଯାତ୍ରୀ ବସ ଟିକୁ ସୁରକ୍ଷା ଯୋଗାଇ ସହର ଅତିକ୍ରମ କରାଇ ଦେଇଛନ୍ତି। ଦୀର୍ଘ ୫ଘଣ୍ଟା ଅଟକିବା ପରେ ତୀର୍ଥଯାତ୍ରୀ ମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିଥିବାରୁ ବାଲିଗୁଡା ପୁଲିସ କୁ ଧନ୍ୟବାଦ ଜଣାଇଛନ୍ତି l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ନୂତନ ଆମ୍ବୁଲାନ୍ସ ଗାଡି ଉଦଘାଟିତ ଏବଂ ଜନ୍ମଶ୍ରୀ ମୋବାଇଲ ଆପ ଉତ୍ସର୍ଗୀକୃତ 

masiha

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

masiha

କୁମ୍ଭାରୀ ପୁଟ ରେ ପଞ୍ଚାୟତ ସ୍ତରିୟ ସଚେତନତା ଓ ଜନ ଶୁଣାନୀ  ଅଭିଯୋଗ ଶିବିର 

masiha

Leave a Comment

error: Content is protected !!